*ଜନତା ସରକାରୀ ହାଇସ୍କୁଲରେ ଅର୍ନ୍ତଜାତୀୟ ସାକ୍ଷରତା ଦିବସ ପାଳିତ*

ବରଗଡ଼:୧୦/୯(ପବିତ୍ର ମେହେର) ଏକ ସୁସ୍ଥ ସମାଜ ଗଠନରେ ସାକ୍ଷରତାର କିଭଳି ଆବଶ୍ୟକତା ରହିଛି ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସାଧାରଣଙ୍କୁ ଅବଗତ କରିବା ନିମନ୍ତେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅର୍ନ୍ତଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଚଳିତ ବର୍ଷ ଅନ୍ତର୍ଜାତୀୟ ସାକ୍ଷରତା ଦିବସର ପ୍ରସଙ୍ଗ ” ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ” ସଂମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ।

ରାଜ୍ୟ ତଥା ଦେଶର ମହିଳା ଓ ପୁରୁଷଙ୍କ ସାକ୍ଷରତାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଛାତ୍ରଛାତ୍ରୀମାନେ ଡିଜିଟାଲ ଶିକ୍ଷା ଆହରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ପଦ୍ମଲୋଚନ ବିଶି, ଶ୍ରୀପତି ସାହୁ, ବୋଧରାମ ବିଶ୍ୱାଳ, ପ୍ରକାଶ ପଧାନ, ତେଜରାମ ସା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।




