
କାର୍ଯ୍ୟ କରୁଛି ସଙ୍ଘ କିନ୍ତୁ ମୁକ ସାକ୍ଷୀ ସାଜିଛି ସ୍ଥାନୀୟ ପ୍ରଶାସନ।ବେଆଇନ ଗୋଚାଲାଣ ବେଳେ ଗୋରୁ ଗାଡ଼ି ଜବତ କରିବା ସହ, ଏହାକୁ କେନ୍ଦୁଝର ସଦର ଥାନାର ଜିମ୍ମା ଦେଲେ ଗୋରକ୍ଷକ ସଂଘର କର୍ମକର୍ତ୍ତାକେନ୍ଦୁଝର , ଗୋ ଚାଲାଣ ଗୋ ଚାଲାଣ ବନ୍ଦ୍ ବନ୍ଦ୍ ମୁଁହ ଫାଡ଼ି ଚିଲାଉ ଛନ୍ତି ସରକାର୍ ଙ୍କ ଲୋକେ, ଚିର ନିଦ୍ରାରେ ସରକାର୍ ଓ କାର୍ଯ୍ୟନୁଷ୍ଠାନ ଶୂନ, ଆଇନ୍ ସବୁ ସୁୱାହା । ବେଆଇନ ଗୋଚାଲାଣ ବେଳେ ଗୋରୁ ଗାଡ଼ି ଜବତ କରିବା ସହ, ଏହାକୁ କେନ୍ଦୁଝର ସଦର ଥାନାର ଜିମ୍ମା ଦେଲେ ଗୋରକ୍ଷକ ସଂଘର କର୍ମକର୍ତ୍ତା । ଏହାପରେ, ଗାଡିରୁ ଦୟନୀୟ ଭାବେ ଚାଲାଣ କରାଯାଉଥିବା ୩୫ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ଆଜି ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ଏକ କଣ୍ଟେନର୍ ଯୋଗେ ବେଆଇନ ଗୋଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଗୋରକ୍ଷକ ସଂଘର କର୍ମକର୍ତ୍ତା ଗାଡ଼ିକୁ ଅଟକାଇଥିଲେ । ଏଥିରେ ବେଆଇନ ଗୋଚାଲାଣ ହେଉଥିବା ଜାଣିପାରି ସେମାନେ ଏହି ଗାଡ଼ିକୁ ସଦର ଥାନାର ଜିମ୍ମା ଦେଇଥିଲେ । ଗାଡ଼ି ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଗୋରୁଙ୍କୁ ଗାଡ଼ି ଭିତରୁ ସଦର ଥାନା ପରିସରକୁ ନିଆଯାଇଥିଲା । ଏହି ରାସ୍ତାରେ ପ୍ରତିଦିନ ଗାଡିରେ ବେଆଇନ ଭାବେ ଗୋଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




