
ଢେଙ୍କାନାଳ: ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ମୂଳାଷ୍ଟମୀ ଠାରୁ ଷୋଳପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ , ନୂତନ ବସ୍ତ୍ର , ବିଭିନ୍ନ ପ୍ରକାର ଫୁଲ,ଭୋଗ ଲାଗି ହୋଇଥିଲା। ମା କନକ ଦୁର୍ଗା ଙ୍କୁ ଶୋଳଷ ଉପଚାର ପୂଜା ଅର୍ଚ୍ଚନା କରାଯାଇଥିଲା। ସକାଳ ୯.୩୦ ରେ ପଣା ଭୋଗ, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ରାତ୍ର ରେ ବଡ଼ ସିଂହାର ଭୋଗ ପରେ ପହଡ଼ ପଡ଼ିବ ।




