ଜନତା ସରକାରୀ ହାଇସ୍କୁଲରେ ଜାତୀୟ ବନ ସହୀଦ ଦିବସ -୨୦୨୫

ବରଗଡ଼:(ପବିତ୍ର ମେହେର)::ବନ୍ୟଜୀବର ସୁରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିବା ଲୋକମାନଙ୍କ ବଳିଦାନଙ୍କୁ ସମ୍ମାନ ଜଣାଇ ଜାତୀୟ ବନ ସହୀଦ ଦିବସ ପାଳନ କରାଯାଏ। ତେଣୁ ଶିକ୍ଷାର୍ଥୀମାନଙ୍କୁ ବାଲ୍ୟାବସ୍ଥାରୁ ବନ ସୁରକ୍ଷା ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲରେ ଜାତୀୟ ବନ ସହୀଦ ଦିବସ -୨୦୨୫ ପାଳିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏକ ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଜାତୀୟ ବନ ସହୀଦ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଆଜିର ଦିନରେ ପ୍ରାକୃତିକ ସଂପଦର ସଂରକ୍ଷଣର ଆବଶ୍ୟକତାକୁ ସ୍ମରଣ କରାଇବା ସହିତ ଯେଉଁ ବନ କର୍ମଚାରୀମାନେ ବନ ସୁରକ୍ଷା ଦିଗରେ ନିଜ ଜୀବନକୁ ସମର୍ପିତ କରିଥିଲେ ସେମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ଶକ୍ତି କ୍ଲବ ଓ ଜୁନିଅର୍ ରେଡ୍ କ୍ରସର ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷକ ସୁବାସ ଚନ୍ଦ୍ର ଖମାରୀ,ଆଶୁତୋଷ ଭୋଇ, ତେଜରାମ ସା,ପ୍ରଶାନ୍ତ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ଅନୀତା ପଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।




