ମଣ୍ଡଳ ଶିକ୍ଷାଧିକାରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର__ ବିଂଝାରପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଂଝାରପୁର ଶିକ୍ଷା ମଣ୍ଡଳଧିକା ରି ସୁବାଷ ଚନ୍ଦ୍ର ବିଶ୍ଵାଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ପରିବାର ପକ୍ଷରୁ ଆୟୋଜିତ ସମ୍ବର୍ଧନା ସଭାରେ ବ୍ଳକ ଶିକ୍ଷକ ସଂଘର ସଭାପତି ରବୀନ୍ଦ୍ର କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଂଝାରପୁର ବିଧାୟିକା ତଥା ବିରୋଧିଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ,ଶିକ୍ଷକ ନେତା ମନୋରଞ୍ଜନ ଧଳ,ବିଂଝାରପୁର ସମବାୟ ସମିତିର ସଭାପତି ଅଶୋକ କୁମାର ସାହୁ,ଶିକ୍ଷକ ନେତା ଭରତ ଚନ୍ଦ୍ର ନାୟକ,ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ସେକ ନିଜାମୁଦ୍ଦିନ,ପୃର୍ବତନ ଜିଲ୍ଲା ପରିଷଦର ସଭାପତି ଇ ସୁଶାନ୍ତ କୁମାର ମିଶ୍ର,କୁମାର ସେନ ସେନାପତି ପ୍ରମୁଖ ଯୋଗଦେଇ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



