ରିଆ ଠାରେ ବିକାଶ ଦିବସ ପାଳିତ
ଆଜି ତା -୧୭.୦୯.୨୦୨୫ ରିଖ ବୁଧବାର ଦିନ ଗନ୍ଦିଆ ବ୍ଲକ୍ ସ୍ଥିତ ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ବିକାଶ ଦିବସ ପାଳିତ ହୋଇଯାଇଅଛି। ଏଥିରେ ମେରା ଯୁବ ଭାରତ , ଢେଙ୍କାନାଳ ଓ ” ପ୍ରିୟ ” ସ୍ଵେଚ୍ଛାସବୀ ସଂଗଠନ ମିଳିତ ସହଯୋଗ ରେ ରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲେଥକା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓମ୍ ପ୍ରକାଶ ଦାଶ ଙ୍କ ନେତୃତ୍ୱ ରେ ଫଳ ଗଛ ରୋପଣ କରାଯାଇଥିଲା। ଏଥିରେ ପ୍ରଧାନ ଶିକ୍ଷକ କାମାକ୍ଷା ପ୍ରସାଦ ସ୍ୱାଇଁ , ଉଲନ ପ୍ରଭା ଜେନା , ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ, ବୈକୁଣ୍ଠ ନାଥ ପାତ୍ର, ରବୀନ୍ଦ୍ର ସାମଲ, ସୋନାଲି ଧଳ, ଅନ୍ନପୂର୍ଣା ଧଳ, ଇଲନପ୍ରଭା ସେନାପତି ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମା ପାଇଁ ଗଛ ଟିଏ ର ସ୍ଲୋଗାନ ଦେଇଥିଲେ।



