“ଉତ୍ତରାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟ ଶମ୍ଭୁଖରେ ଧାରଣାରେ ବସିବେ ବିସ୍ଥାପିତ ପରିବାର”

ବରଗଡ:୧୯/୯(ପବିତ୍ର ମେହେର) ବିଶ୍ବର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଡ୍ୟାମ କୁ ୬୮ ବର୍ଷ ପୁରିଲା, ଏହି ସ୍ଵଧୀନ ଭାରତ ର ସର୍ବ ବୣହତ ପ୍ରକଲ୍ପକୁ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଳ ନେହେରୁ ୧୩ ଜାନୁଆରୀ ୧୯୫୭ ଜାତି ଉଦେଶ୍ୟରେ ଉତ୍ସରଗ କଲେ, ୭୪୨ ବର୍ଗ କିଲୋମିଟର ଜଳଭଣ୍ଡାରରେ ୩୬୫ ଗାଁ, ୨୦୦ମନ୍ଦିର, ୧,୮୫,୦୦୦ଏକର ଜମି ଜଳମଗ୍ନ ହେଲା, ୨୬୫୦୧ପରିବାର ଉଦ୍ବାସ୍ତୁ ହେଲେ, ସାତ ଦଶନ୍ଧି ପରେ ଭି ଅଧିକାଂଶ ପରିବାର ଥୈଥାନ ରାଶି, କ୍ଷତିପୁରଣ ପାଇଲେ ନାହିଁ, ଘରଡିହ ଖଣ୍ଡେ ଭି ନ ପାଇ ଯାଯାବର ଜୀବନ ଜିଇଁବଲେ,ସେମାନେ ବର୍ତମାନ ଓଡିଶା ର ପାଞ୍ଚ ଟି ଓ ଛତିଶଗଡ଼ ର ତିନି ଟି ଜିଲ୍ଳା ରେ ବହବାସ କରନ୍ତି, ତଥା ସମ୍ବଲପୁର, ସୁନ୍ଦର ଗଡ, ସୁବର୍ଣପୁର,ବରଗଡ,ସୁରୁଗୁଜା, ରାୟଗଡ ଓ ସୁରଜପୁର,ବିଳମ୍ବରେ ହେଲେ ଭି ଓଡିଶା ସରକାର ରାଜସ୍ବ ବିଭାଗ ପତ୍ର ସଂ-୫୫୩୧ତା୩୦/୧/୨୦୦୨ପ୍ରତି ବିଭାଜିତ ପରିବାର କୁ ଦଶ ଡିସ୍ମିଲ ଘରଡିହ ଦେଵାକୁ ଜିଲ୍ଲା ପାଲ ମାନଙ୍କୁ ନିର୍ଦେଶ ହେଇଛନ୍ତି ହେଲେ ବଡ଼ ବିଡମ୍ବନା ୨୫ ବର୍ଷରେ ମାତ୍ର ଚାରି ହଜାର ପଟ୍ଟା ମିଳିଛୀ, ଅଶି ହଜାର ପରିବାର ନ୍ୟାୟ ଅପେକ୍ଷା ରେ ଏହିକ୍ରମରେ ପୂର୍ବସୂଚନା ମୁତାବକ ଆସନ୍ତା ୨୦ ସେପ୍ଟେମ୍ବର ପୂର୍ବାହ୍ନ ୧୦ଘଟିକା ରୁ ଶତାଧିକ ହୀରାକୁଦ ବିସ୍ଥାପିତ ପରିବାର,ଉତ୍ତରାଞ୍ଚଳ ରାଜସ୍ବ କମିସନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିମ୍ନ ଦାବୀ ନେଇ ଗଣଧାରଣା ଦେବେ ବୋଲି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ସମ୍ଵଲପୁର ସଭାପତି ଶ୍ରୀ ଲୋକ ନାଥ ସାହୁ ଏକ ପ୍ରେସ୍ ଇସ୍ତାହାର ରେ ଜଣାଇ ଛନ୍ତି ତେବେଦାବୀ ସମୁହ..
୧)ପ୍ରତି ଯେlଗ୍ଯ ବିବେଚିତ ବିସ୍ଥାପିତ ପରିବାର ଙ୍କୁ ଦଶ ଡିସ୍ମିଲ ଘରଡିହ ପଟ୍ଟା,
୨)ସବୁ ପରିବାର କୁ ବିସ୍ଥାପିତ ପ୍ରଣାମ ପତ୍ର ଜାରି କରିବା
୩)ଲଖନପୁର ତହସିଲ ଅଫିସ୍ ରେକର୍ଡ ରୁମ କମ୍ପୁଟରୀକରଣ
୪)ପଟ୍ଟା ପାଇଥିବା ଜମିର ସୀମା ଚିହ୍ନଟ
୫) ରାଷ୍ଟ୍ରୀୟ ମାନବାଧିକାର କମିସନ ଙ୍କ ନିର୍ଦେଶ ପାଳନ
୬)ନାକଚ ଆବେଦନ ର ପୁନର୍ବିଚାର




