ସଇଡ଼ା ସ୍କୁଲରେ ପରିବେଶ ସଚେତନତା କାର୍ଯ୍ୟକ୍ରମ
କୁଚିଣ୍ଡା:୧୮/୯: ସଇଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ କବୀ ଝରଣା ମିଶ୍ର ଙ୍କ ସଭାପତିତ୍ବରେ ପରିବେଶ ସଚେତନତା ସଭା , ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବନ ଓ ବନ୍ୟ ପ୍ରାଣୀ ର ସଂରକ୍ଷଣ ମାଧ୍ୟମରେ ପରିବେଶ ସୁରକ୍ଷା ପୂର୍ଣ୍ଣାଙ୍ଗ ହୋଇ ପାରିବ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ଓ ଉଦ୍ୟାନ ବିଭାଗ ରୁ ଅବସର ପ୍ରାପ୍ତ କର୍ମଚାରୀ ରବିଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଛାତ୍ର ,ଛାତ୍ରୀ ଓ ଅଭିଭାବକ ଗଣ ନିଜ ଜନ୍ମ ଦିନ ଓ ବିଶେଷ ଉତ୍ସବ ଗୁଡିକରେ ଚାରା ରୋପଣ ପାଇଁ ଶପଥ ନେଇଥିଲେ ।ପ୍ରାରମ୍ଭରେ ସହକାରୀ ଶିକ୍ଷୟିତ୍ରୀ ତୃପ୍ତି ମୟୀ ପାତ୍ର ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷୟିତ୍ରୀ ଅଙ୍କିତା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହା ପରେ ଶୋଭାଯାତ୍ରା ରେ ଯାଇ ସମସ୍ତେ ମିଶି ଫଳ ଚାରା ରୋପଣ କରିଥିଲେ ।



