ଦ୍ଵାରୀ କାଶିପାଲି ଦୁର୍ଗା ମନ୍ଦିରରେ କଳସ ଯାତ୍ରା ଅନୁଷ୍ଠିତ

ଅଦ୍ୟ ତା ୨୧/୦୯/୨୦୨୫ ରବିବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମ ପଞ୍ଚାୟତର ଦ୍ବାରି କାଶିପାଲି ଦୁର୍ଗା ମନ୍ଦିରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କଳସ ଯାତ୍ରା ରେ କଲମୀ ଗ୍ରାମର କିଶୋର ନାୟକ ତାଙ୍କ ଧର୍ମପତ୍ନୀ ଅନୁପମା ନାୟକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ଦିଲ୍ଲୀପ କୁମାର ଦାଶ ଓ ଗୈାର ଚନ୍ଦ୍ର ପଣ୍ଡା ପୂଜକ ଦାୟିତ୍ଵ ନିର୍ବାହ କରିଛନ୍ତି । ସଙ୍କୀର୍ତ୍ତନ ଘଣ୍ଟ ଶଙ୍ଖ ହୁଳହୁଳି ଦେଇ ସହସ୍ରାଧିକ ମହିଳା କଲମୀ ଗ୍ରାମର ପୋଖରୀ ରୁ ପୂର୍ଣ୍ଣ କଳସ ଧରି ଦ୍ଵାରୀ କାଶିପାଲି ଦୁର୍ଗା ମନ୍ଦିର ନିକଟରେ ଜଗତ୍ ଜନନୀ ମାଁ ଦୂର୍ଗା ଙ୍କ କଳସ ସ୍ଥାପନ କରିଥିଲେ । ଏହି ଉତ୍ସବ ରେ ଦୂର୍ଗା ମନ୍ଦିର ଟ୍ରଷ୍ଟ ବୋର୍ଡ ର ସମସ୍ତ ସଭ୍ୟ ସଭ୍ୟା,ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଆସି ସହଯୋଗ କରିଥିଲେ । କଳସ ସ୍ଥାପନ ପରେ ଆନନ୍ଦର ସହ ସମସ୍ତ ଭକ୍ତ ଅନ୍ନଭୋଗ ଗ୍ରହଣ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


