ସ୍ବର୍ଗତ ନିରଞ୍ଜନ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା, ସ୍କୁତିଚାରଣ ଏବଂ ସ୍କରଣିକା ଉନ୍ମୋଚନ
ଆଳୀ_ ଆଳି ବ୍ଳକ ଅନ୍ତର୍ଗତ ନିଆଳ ଠାରେ ଆଳି ଅଞ୍ଚଳର ଜଣେ ବରିଷ୍ଠ ରାଜନୈତିକ ଜୀବନ ଯାତ୍ରା ର ସଫଳ ବ୍ୟକ୍ତି , ସଂଗଠନ ପ୍ରେମି, ଆଧ୍ୟାତ୍ମିକ ବ୍ୟକ୍ତି ସ୍ବର୍ଗତ ନିରଞ୍ଜନ ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧସବରେ ସ୍କୁତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏହି ସ୍କୁତିଚାରଣ ସଭାରେ ସ୍କରଣିକା ସଭାପତି ଆଡଭୋକେଟ ଅଭିରାମ ବିଶ୍ଵାଳ ସଭା ସଞ୍ଚାଳନ କରିଥିଲେ।ସ୍କରଣିକା ଅମ୍ଳାନ ପ୍ରତିଭା ନିରଞ୍ଜନ କୁ ଶ୍ରୀମଦ ଦିବ୍ୟାନନ୍ଦ ସରସ୍ବତିଙ୍କ କରକମଳରେ ଉନ୍ମୋଚନ କରାଯାଇ ଥିଲା। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ବେଦ ପାଠ ସହିତ ସ୍କୁତିଚାରଣ କରିଥିଲେ। ସମ୍ପାଦକ ଆଡଭୋକେଟ ଅକ୍ଷୟ କୁମାର ମଲିକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ପତ୍ରିକା ସଂପାଦକ ଧନେଶ୍ଵର ରାଉତ ପତ୍ରିକା ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭୀଷ୍କ ମହାନ୍ତି, ପୃର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଇଞ୍ଜିନିୟରି ନୀଳାଦ୍ରି ଭୁଷଣ ମହାପାତ୍ର,ବ୍ରଜସୁନ୍ଦର ଭୁୟାଁ,କନିକା ବ୍ଳକ କଂଗ୍ରେସ ର ସଭାପତି ମଙ୍ଗୁଳୀ ଚରଣ ବେହେରା, ଗୋବିନ୍ଦ ନନ୍ଦ, ବନମାଳୀ ସେନାପତୀ , ସାମ୍ବାଦିକ ପ୍ରମୋଦ କୁମାର ମଲିକ, ସବୁଜ ଓଡ଼ିଶା ର ସଂପାଦକ ସରୋଜ ସାହୁ,ବାଳକାଟି ପଞ୍ଚାୟତର ପୃର୍ବତନ ସରପଞ ଦେବେନ୍ଦ୍ର ନାୟକ, ନରହରି ପାତ୍ର, ଲକ୍ଷ୍ମୀ ଧର ଦୀକ୍ଷିତ, ସରୋଜିନୀ ରାଉତ, ସମାଜସେବୀ ମଞ୍ଜୁଲତା ସାମଲ, ସହଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଧନ୍ୟବାଦ୍ ଅପର୍ଣ କରିଥିଲେ ଜ୍ୟେଷ୍ଠ ପୁତ୍ର ଆଡଭୋକେଟ ଶରତ ଚନ୍ଦ୍ର ମହାନ୍ତି। କବୟିତ୍ରୀ ସନିଭା ମିଶ୍ର ଦାଶ ନିରଞ୍ଜନ ମହାନ୍ତିଙ୍କ ଉପରେ କବିତା ପାଠ କରିଥିଲେ। ମଧ୍ୟମ ପୁତ୍ର ନଳିନୀ କାନ୍ତ ମହାନ୍ତିଙ୍କ ସମେତ ପରିବାର ବର୍ଗ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ।




