କଟକ: ଚଳିତ ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲରେ ସମ୍ବଲପୁର ୱାରିୟର୍ସ ପ୍ରବେଶ କରିଛି । ସମ୍ବଲପୁର ଫାଇନାଲରେ ପୁରୀ ଟାଇଟାନ୍ସ ଓ କଟକ ପାନ୍ଥର୍ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ । ଶୁକ୍ରବାର ଫାଇନାଲ ମ୍ୟାଚ ଖେଳାଯିବ । ସମ୍ବଲପୁର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।
ଭୁବନେଶ୍ୱର ଟାଇଗର୍ସ ୧୪ ଓଭରରେ ୪ୱିକେଟ ହରାଇ ୮୩ ରନ ସଂଗ୍ରହ କରିଥିଲା । ସମ୍ବିତ ବେଜ ସର୍ବାଧିକ ୩୩ ରନ କରିଥିବା ବେଳେ ଆର୍ଯ୍ୟଶ ଭଟ୍ଟ ୧୮ ରନ ସଂଗ୍ରହ କରିଥିଲେ । ଆୟୂଷ ବାରିକ ଓ ବିମଲ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ । ବର୍ଷା ହେବା ଯୋଗୁ ଆଉ ଖେଳାଯିବା ସମ୍ଭବପର ହୋଇ ନ ଥିଲା ।
ପଂଏଟ ଟେବୁଲରେ ୫ ମ୍ୟାଚରୁ ୧୪ ପଂଏଟ ହାସଲ କରି ସମ୍ବଲପୁର ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଫାଇନାଲକୁ ଉନ୍ନୀତ ହୋଇଥିଲା । ଭୁବନେଶ୍ୱର ଟାଇଗର୍ସ ସମାନ ସଂଖ୍ୟକ ମ୍ୟାଚରୁ ୧୨ ପଂଏଟ ହାସଲ କରି ୩ୟ ସ୍ଥାନରେ ରହିଛି । ଓଡିଶା ପ୍ରୋ ଟି୨୦ ଲିଗ ଜମି ଆସୁଥିବା ବେଳେ କ୍ରମାଗତ ବର୍ଷା ପ୍ରଶଂସକଙ୍କୁ ନିରାଶ କରିଛି । ଏବେ ଫାଇନାଲରେ ରୋମାଂଚକ ମୁକାବିଲା ନେଇ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


