ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ
ଭୁବନେଶ୍ବର: ମହାନଦୀ ଦେଇ ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ। ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ସୂଚନା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୨୦ଟି ଗେଟ୍ ଖୋଲା ରହିଛି। ଆଜି ମୁଣ୍ଡଳି ଦେଇ ପ୍ରବାହିତ ହେବ ୬.୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ। ମହାନଦୀର ଶାଖା ନଦୀରେ ବୃଦ୍ଧି ପାଇବାରେ ଲାଗିଛି ଜଳସ୍ତର। ତଳିଆ ଅଂଚଳର ଲୋକେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।



