ବଡ଼ବିଲ ଯୋଡ଼ା ମୁଖ୍ୟରାସ୍ତା ରେ ରାଜପଥ ଲୁଟେରାଙ୍କ ଆତଙ୍କ ରାଜ୍
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଯୋଡ଼ା ବଡ଼ବିଲ ମୁଖ୍ୟ ରାସ୍ତାରେ ରାଜପଥ ଲୁଟେରା ଖେଳାଉଛନ୍ତି ଆତଙ୍କ ରାଜ୍। ସୂଚନା ଅନୁଯାୟୀ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତା ବଡ଼ବିଲ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକ୍ ଚାଳକ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରି ଶୌଚ ହେବାକୁ ନିକଟସ୍ତ ଜଙ୍ଗଲ କୁ ଯାଇଥିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲ ରେ ଆସି ଉକ୍ତ ଗାଡ଼ି ଚାଳକ କୁ ମାରଣାସ୍ତ୍ର ଦେଖାଇ ଧମକ ଚମକ୍ କରି ମାରିବା ସହ ତାଙ୍କ ଠାରୁ ନଗଦ ସାଢେ଼ ପାଞ୍ଚ ହଜାର ଟଙ୍କା ଓ ତାଙ୍କ ମୋବାଇଲ୍ ଲୁଟ୍ କରି ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ଉକ୍ତ ଚାଳକ ବଡ଼ବିଲ ଥାନା ରେ ଅଭିଯୋଗ କରିଥିବା କହିଛନ୍ତି ଉକ୍ତ ଚାଳକ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



