ଟାଙ୍ଗରମୁଣ୍ଡା କେନ୍ଦ୍ରଗୁଡି ସ୍ତରୀୟ ୫୫୦ କୁଣ୍ହା ସମାଜ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ।
ଏହି ସମାବେଶରେ ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ମୋହନ ଲାଲ କିସାନ, ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲଇକେରା ଶ୍ରୀ ବୃନ୍ଦାବନ ମାଝି, ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ପଞ୍ଚାନନ ର ପଧାନ , ସୁନ୍ଦରଗଡ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ଲାକ୍ରା , କୁଚିଣ୍ଡା ମହାଗୁଡି ସଭାପତି ଶ୍ରୀ ଶୋଭା ରାମ ପଧାନ, ସମ୍ପାଦକ ଶ୍ରୀ ଲିଙ୍କନ କିଣ୍ଡୋ, ସହ ସମ୍ପାଦକ ସୁଜିତ ମାଝି, ଉପସଭାପତି ପୁଷ୍ପାଧନୂର୍ଯୟ , କୋଷାଧ୍ୟକ୍ଷ ଆନନ୍ଦ ପ୍ରଧାନ, ଟାଙ୍ଗରମୁଣ୍ଡା କେନ୍ଦ୍ରଗୁଡି ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ଛତ୍ରୀଆ,ସମ୍ପାଦକ ଭିକାରୀ ଚରଣ ବାଘ , ଜେନାମଣି ଛତ୍ରୀଆ, ଧନଞ୍ଜୟ ବାଘ, ଧନଞ୍ଜୟ ମାଝୀ, ଉଛ୍କାପାଟ ସରପଞ୍ଚ ସୁଵନ୍ତୀ କେଛୁ , ଲାଗି ଆଞ୍ଚଳିକ ଗୁଡି ସଭାପତି ଶ୍ରୀ ସୁଵୋଧ ମାଝି, ସମ୍ପାଦକ ସୋମନାଥ କେଛୁ,ଛେଣ୍ଡ ଗଙ୍ଗା ଘାଟି ସଭାପତି ଶ୍ରୀ ଦଶରୁ କିସାନ, ଘୋଘର ଗଙ୍ଗା ଘାଟି ସଭାପତି ଶ୍ରୀ ସୁଶୀଲ ମିଞ,ରାଜେଶ ଟପ୍ପୋ,ସରୁ ମାଝୀ , ବିନୟ କିଣ୍ଡୋ , ରଘୁ ଟପ୍ପୋ , ଦୀପକ ଏକ୍କା , ପାନପୋଷ ଆନ୍ଚଲିକ ଗୁଡି ସଭାନେତ୍ରୀ ପଦ୍ମିନୀ ଧାନ , ସମ୍ପାଦକ ଶୋଭାବତୀ ଧାନ , କୋଷାଧ୍ୟକ୍ଷ ମଞ୍ଜୁଲତା ବାଘ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସଭାପତି ରାଜ୍ୟ ସ୍ତରୀୟ କିସାନ ସମାଜ ସଙ୍ଗଠନ, ୨୦୧୨ ସମ୍ବିଧାନ ପ୍ରଣୟନ, ଏହାର ଗୁରୁତ୍ଵ ଉପରେ ପ୍ରାଞଲ ଭାବରେ, ସମ୍ବଲପୁର ଜିଲ୍ଲାର ସଭାପତି ଶ୍ରୀ ପଞ୍ଚାନନ ପ୍ରଧାନ କିସାନ ସମାଜର କାହିଁକି ବିଭାଜନ ହୋଇ ଥିବା ସମ୍ପର୍କରେ, ରାଜ୍ୟ ଉପସଭାପତି ଶ୍ରୀ ବୃନ୍ଦାବନ ମାଝି କିସାନ ସମାଜ ତଥା ସର୍ବ ସାଧାରଣଙ୍କ ସାମଗ୍ରୀକ,ଦୀକ୍ଷା ଓ ବିକାଶ ଉପରେ ୨୦୧୨ ଆଇନ ସମାଜ ସମସ୍ତ ସମାଜ ପୂଅ ଝୀଅ ମାନଙ୍କୁ ଅତିକମ୍ ରେ ମାଟ୍ରିକ ପର୍ଯ୍ୟନ୍ତ ନିଶ୍ଚିତ କରିବାକୁ ଗୁରୁତ୍ଵ ଓ ସରକାରୀ ସୁବିଧା ନେଇ ବିଭିନ୍ନ ବୈଷୟିକ ଶିକ୍ଷା ନେଇ ଆର୍ଥିକ ଓ ସାମାଜିକ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ। ଏଥିରେ ସୁନ୍ଦରଗଡ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ଲାକ୍ରା ବିଵାହ ସାର୍ଟିଫିକେଟ ଉପରେ ଗୁରୁତ୍ଵାରୋପ କରିଥିବା ବେଳେ, କୁଚିଣ୍ଡା ମହାଗୁଡି ସଭାପତି ଶ୍ରୀ ଶୋଭା ରାମ ପଧାନ କୁଚିଣ୍ଡା ମହାଗୁଡିର ସ୍ଥାପନ ଓ ସାମାଜିକ ସଙ୍ଗଠନ ଉପରେ ତଥା କିସାନ ସମାଜର ନୂଆଖାଇ ପର୍ବର ଇତିହାସ ଓ ବ୍ୟବସ୍ଥା ସମ୍ପର୍କରେ ପ୍ରାଞ୍ଜଳ ଭାବେ କହିଥିବା ବେଳେ ରାଜ୍ୟସ୍ତରୀୟ ସମ୍ପାଦକ ଶ୍ରୀ ମନବୋଧ ମାଝି ରାଜ୍ୟ ସ୍ତରୀୟ ସଙ୍ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ, ଟାଙ୍ଗରମୁଣ୍ଡା କେନ୍ଦ୍ରଗୁଡ଼ିରେ ସାମାଜିକ ସଙ୍ଗଠନ କୁ ମଜଭୁତ କରିବାକୁ ଏଠାରେ ଥିବା ଆନ୍ଚଲିକ ଗୁଡିର କର୍ମକର୍ତ୍ତାମାନେ ସଠିକ ଭାବେ କାମ କରୁଥିବାରୁ ଏହି କମିଟି ଭଙ୍ଗ କରି ନୂତନ କମିଟି ଗଠନ କରାଯିବାକୁ ସ୍ଥିର କରାଯାଇଛି। ବୃନ୍ଦାବନ ମାଝି ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲଇକେରା।



