ଅନୁଗୋଳ ର ସର୍ବ ପୁରାତନ ବାଜି ରାଉତ ଛାତ୍ରାବାସ ଏବେ ବିପଦରେ
ମାଳତୀ ଦେବୀ ଙ୍କ ପରିବାର ପକ୍ଷରୁ ଆସିଛି ସାଙ୍ଘାତିକ ଅଭିଯୋଗପରିଚାଳନା କମିଟି ରୁ ୧୬ ଜଣ ଆଜୀବନ ସଦସ୍ୟଙ୍କୁ ବାଦ
୮୦ ବର୍ଷ ର ଏଇ ମଣିଷ ତିଆରି କାରଖାନା ବିରୋଧରେ କାହିଁକି ଆସିଛି ଏତେ ବଡ଼ ଅଭିଯୋଗ
ଅନୁଗୋଳ:୧୯୪୬ ମସିହା ରେ ଓଡ଼ିଶା ର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ତତ୍କାଳୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ ମାଳତୀ ଦେବୀ ମିଶି ଅନୁଗୋଳ ରେ ପ୍ରତିଷ୍ଠା କରିଥିଲେ ମାଳତୀ ଚୌଧୁରୀ ଆଶ୍ରମ । ଉଦେଶ୍ୟ ଥିଲା ସ୍ଵାଧୀନତା ସଂଗ୍ରାମୀ ଙ୍କ ସନ୍ତାନ ଓ ଗରିବ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ଦାନ । ଯାହା ପରବର୍ତ୍ତୀ ସମୟରେ ବାଜି ରାଉତ ଛାତ୍ରାବାସ ନାମରେ ପରିଚୟ ପାଇଲା । ଉଭୟ ଙ୍କ ମାନସ ସନ୍ତାନ କୁହାଯାଉଥିବା ଏହି ଆଶ୍ରମ ତାଙ୍କ ତ୍ୟାଗ , ସମର୍ପଣ , ଦୃଢ଼ ଇଚ୍ଛାଶକ୍ତି ବଳରେ ତିଆରି ହୋଇ ଆଜି ଆଶ୍ରମକୁ ସାରା ବିଶ୍ୱରେ ଏକ ଅନ୍ୟାନ୍ୟ ପରିଚୟ ଦେଇଛି । ନୁମା ଓ ବାପି ଙ୍କ ଦେହାନ୍ତ ପରେ ଆଶ୍ରମ ର ସମ୍ପୂର୍ଣ ଦାୟିତ୍ଵ ଝିଅ କ୍ରୀଷ୍ଣା ମହାନ୍ତି ଙ୍କ ହାତକୁ ଗଲା । କ୍ରୀଷ୍ଣା ମହାନ୍ତି ମଧ୍ୟ ବାପା ଓ ମାଆ ଙ୍କ ଭଳି ଗାନ୍ଧିବାଦୀ ,ସରଳ ଓ ଖୁବ୍ ଶାନ୍ତ ସ୍ୱଭାବର ଅଟନ୍ତି । ନୁମା ଓ ବାପି ଥିବା ସମୟରେ ଆଶ୍ରମର ଭବିଷ୍ୟତ କୁ ଦେଖି ଅନୁଗୋଳ ର ବିଭିନ୍ନ ସଙ୍ଗଠନ ର ସଦସ୍ୟ , ସେତେବେଳେ ର କିଛି ବୁଦ୍ଧିଜୀବି , ରାଜନୈତିକ ବ୍ୟକ୍ତି ବିଶେଷ ଓ କିଛି ସହୃଦୟ ବ୍ୟକ୍ତି ଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରିଥିଲେ । ଏହି ପରିଚାଳନା କମିଟି ରେ ଅନେକ ଲୋକ ସେ ସମୟରେ ଆଜୀବନ ସଦସ୍ୟ ହୋଇ ଆଶ୍ରମକୁ ସୁ ପରିଚାଳନା କରି ଆସୁଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ଆଶ୍ରମକୁ ରାଷ୍ଟ୍ରୀୟ ଯୁବ ସଂଗଠନ ନାମକ ଏକ ସଂସ୍ଥା ମାଧ୍ୟମରେ ଆଶ୍ରମକୁ ପଶି ଆସନ୍ତି ଡକ୍ଟର ବିଶ୍ୱଜିତ୍ ରାୟ ନାମକ ବ୍ୟକ୍ତି । ନିଜର ମନ୍ଦ ଉଦ୍ଦେଶ୍ୟ ରଖି ପ୍ରଥମେ କ୍ରୀଷ୍ଣା ମହାନ୍ତି ଙ୍କୁ ନିଜର ମିଠା କଥା କହି ଫସାଇ ଆଶ୍ରମ ର ସବୁ ଦାୟିତ୍ଵ ତୁଲାଇବାକୁ ନିଜ ଆୟତକୁ ନେଇଯାଇଥିଲେ ।ପରବର୍ତ୍ତୀ ସମୟରେ ଆଶ୍ରମ କୁ ବିଭିନ୍ନ ସଂସ୍ଥା ଓ ସରକାର ଙ୍କ ତରଫରୁ ଆସୁଥିବା ଟଙ୍କା କୁ ହଡ଼ପ କରିବାକୁ ଚେଷ୍ଟା କରନ୍ତି । ଏହାକୁ ଅନେକ ପୁରାତନ ପରିଚାଳନା କମିଟି ର ସଦସ୍ୟ ମାନେ ବିରୋଧ କରିଥିଲେ। ବିରୋଧ କରିବାରୁ ପ୍ରାୟ ୧୬ ଜଣ ଆଜୀବନ ପରିଚାଳନା କମିଟି ସଦସ୍ୟ ଙ୍କୁ ବିନା କୌଣସି ନୋଟିସ ରେ ଆଶ୍ରମ ର ପରିଚାଳନା କମିଟି ରୁ ବିଦା ହେବାକୁ ପଡ଼ିଥିଲା । ଏହି ଘଟଣା ପରେ ପୁରାତନ ସଦସ୍ୟ ମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏବେ ଅନ୍ୟ ଏକ ଘଟଣା ରୁ ଆଶ୍ରମରେ କିଛି ଠିକ୍ ଚାଲିନଥିବା ଜଣାପଡିଛି । କ୍ରୀଷ୍ଣା ମହାନ୍ତି ଙ୍କ ବୋହୁ ତଥା ନବକୃଷ୍ଣ ଚୌଧୁରୀ ଙ୍କ ନାତୁଣୀ ବୋହୂ ଏହି ବିଶ୍ୱଜିତ୍ ରାୟ ଙ୍କ ବିରୋଧରେ ନିର୍ଯ୍ୟାତନା ଓ ସମ୍ପତି ହଡପ ଅଭିଯୋଗ କରିବା ସହିତ , ବିଶ୍ୱଜିତ୍ ଯେଉଁ ଦିନ ଠାରୁ ଆଶ୍ରମର ଦାୟିତ୍ଵ ନେଲେଣି ଆଶ୍ରମରେ ପିଲାଙ୍କ ସଂଖ୍ୟା ୨୨୦ ରୁ ଖସି ୧୫୦ ରେ ପହଞ୍ଚିଛି। ଆଶ୍ରମର ଅନ୍ତେବାସୀ ମାନେ ବାହାରକୁ ଯାଇ ବିଭିନ୍ନ ଆପତ୍ତିଜନକ କାର୍ଯ୍ୟ ରେ ଲିପ୍ତ ରହିବା ସହିତ ଛୋଟ ପିଲା ଙ୍କୁ ନଡ଼ିଆ ଗଛ ଚଢାଇବା , ଚୋରି କରିବା ଆଦି କାର୍ଯ୍ୟ ରେ ଲଗାଯାଇଥିବା ଦେଖିବାକୁ ମିଳିଛି । ସେହିଭଳି ବର୍ତ୍ତମାନ ର ମୋହନ ସରକାର ଆଶ୍ରମର ଭିତ୍ତିଭୂମି ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଓ ଆଶ୍ରମର ପରିଚାଳନା ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଏହି ବିଶ୍ୱଜିତ୍ ବାବୁ ଥିବା ପର୍ଯ୍ୟନ୍ତ ସେଭଳି କିଛି ଉନ୍ନତି ହୋଇ ପାରିବ ନାହିଁ ବୋଲି କୁହାଯାଉଛି । ତେବେ ଏନେଇ ଆମେ କିଛି ପୁରୁଣା ସଦସ୍ୟ ଙ୍କ ସହିତ ଆଲୋଚନା କରିବାରୁ ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି , ତେବେ ଏନେଇ କ୍ରୀଷ୍ଣା ମହାନ୍ତି ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଆମେରିକା ରେ ଥିବା କାରଣରୁ ଯୋଗାଯୋଗ ହୋଇ ପାରିନାହିଁ ।ଅନୁଗୋଳ ରୁ ସୁଧାକର ସାହୁ



