ବରିଷ୍ଠ ନାଗରିକ ଦିବସ ପାଳିତ
ଆଜି ତା – ୦୧.୧୦.୨୦୨୫ ରିଖ ବୁଧବାର ଦିନ ଢେଙ୍କାନାଳ ସ୍ଥିତ ଲାଉଲଇ ର “ପ୍ରିୟ” କାର୍ଯ୍ୟାଳୟ ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ର ଠାରେ ମେରା ଯୁବ ଭାରତ, ଢେଙ୍କାନାଳ ଓ “ପ୍ରିୟ” ସ୍ବେଚ୍ଛାସେବୀ ସଂଗଠନ ମିଳିତ ସହଯୋଗ ରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଅଛି। “ପ୍ରିୟ” ର ନିର୍ଦେଶକ ଟଙ୍କଧର ବାରିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ମାନଙ୍କ ଅଧିକାର , ସମ୍ମାନ , ସ୍ବାସ୍ଥ୍ୟ, ଇତ୍ୟାଦି ବିଷୟରେ ବୁଝାଇ କହିଥିଲେ। ସେମାନଙ୍କ ମଧ୍ୟରେ ଏକ ସେମିନାର ଆୟୋଜନ ହୋଇଥିଲା। ସମସ୍ତେ ନିଜ ନିଜ ର ପାରିବାରିକ ସମସ୍ୟା ତଥା ଭଲ ମନ୍ଦ ବିଷୟରେ କହିଥିଲେ।ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଓ ସମସ୍ତଙ୍କ ପାଇଁ ଖାଦ୍ୟ ପେୟ ର ବ୍ୟବସ୍ଥା କରାଯାଇଥିଲା। “ପ୍ରିୟ” ର ସମସ୍ତ କର୍ମକର୍ତ୍ତା ତଥା ଅନ୍ନପୂର୍ଣା ଧଳ, ସୋନାଲି ଧଳ, ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ, ବୈକୁଣ୍ଠନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ, ପ୍ରକାଶ ସାମଲ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।



