ଭଷାଣୀ ସହ ଭଟଲି ବ୍ଲକ କଲୋନୀ ଦୁର୍ଗା ପୂଜା ସମ୍ପନ୍ନ
ଭଟଲି 3/10(ଅଭିମନ୍ୟୁ ପଧାନ):- ପ୍ରତିବର୍ଷ ଭଳି ବରଗଡ ଜିଲ୍ଲା ଭଟଲିର ବ୍ଲକ କଲୋନୀ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଯାଇଅଛି । ରବିବାର ସଂଧ୍ୟାରେ ବିଳ୍ୱାଧିବାସ ପରେ ସୋମବାର ମାଁ ଦୁର୍ଗାଙ୍କ ଆବାହନ ସହ ପୂଜାରମ୍ଭ ହୋଇ ଗୁରୁବାର ବିଜୟା ଦଶମୀ ଦିନ ପୂର୍ଣ୍ଣାହୁତି ହୋଇଥିଲା । ଶୁକ୍ରବାର ସଂଧ୍ୟାରେ ମାଁ ଦୁର୍ଗାଙ୍କ ଭଷାଣୀ ଯାତ୍ରା ହୋଇଥିଲା । ପଣ୍ଡିତ ରାଜେଶ କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶାରଦୀୟ ଦୁର୍ଗାପୂଜାରେ ପଣ୍ଡିତ ଶ୍ରୀନିବାସ ମିଶ୍ର ଓ ମାଧବ ମହାପାତ୍ର ସହଯୋଗ କରିଥଲେ । ପିଙ୍କୁ ସିଂହ ଓ ତାଙ୍କ ସହଧର୍ମିଣୀ ସୀମା ସିଂହ କର୍ତ୍ତା କାର୍ଯ୍ୟ ତୁଳାଇଥିଲେ । ମାଁଙ୍କ ଦର୍ଶନ ପାଇଁ ଶହଶହ ଲୋକଙ୍କ ସମାଗମ ହୋଇଥିଲା ।ଏହି ଅବସରରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ମନୋଜ ବିଶି,ଅନିଲ ପଧାନ, ଟିକେଶ୍ୱର ପଧାନ,ଦିଲିପ ଅଗ୍ରୱାଲ,ଚନ୍ଦନ ପାଣ୍ଡେ,ପିଙ୍କନ ସାହୁ ଓ ପୂଜା କମିଟିିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ



