ଭୁବନେଶ୍ବର: ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ଓଡ଼ିଶା ସରକାର। ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ହେବ ନିର୍ମାଣ। ଏହି ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଭୁବନେଶ୍ବର ଲୋକସେବା ଭବନ ନିକଟରେ ତିଆରି ହେବ ବିପର୍ଯ୍ୟୟ ଭବନ। ଗୋଟିଏ ଛାତ ତଳେ ଏକାଠି କାମ କରିବେ ସ୍ଵତନ୍ତ୍ର ରିଲିଫ୍ କମିଶନର, ଅଗ୍ନିଶମ ଓ ପାଣିପାଗ ବିଭାଗ। କେନ୍ଦ୍ର ସହଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ।

May 4, 2026/
No Comments


