ପାରିଜାତ କ୍ଲବ ୩୩ ତମ ଦଶହରା ମହୋତ୍ସବ ପାଳନ କଲା
ଅନୁଗୋଳ:ବଅଁରପାଳ ବ୍ଲକ ବଳରାମ ପ୍ରସାଦ ଗ୍ରାମରେ ଥିବା ପାରିଜାତ କ୍ଲବ ୩୩ତମ ଦଶହରା ମହୋତ୍ସବ ପାଳନ କରିଛି।ଏହା ତିନିଦିନ ଧରି ଚାଲିଥିଲା। ପ୍ରଥମ ଦିନ ଭଜନ ସମାରୋହ ହୋଇଥିବାବେଳେ ଦ୍ଵିତୀୟ ଦିନ ରାବଣ ପୋଡି ମହୋତ୍ସବ ହୋଇଥିଲା। ଆଜି ଉଦଯାପନୀ ଉତ୍ସବ ଥିଲା। ସକାଳେ ଗ୍ରାମ ଏବଂ ଆଖପାଖ ଅଞ୍ଚଳରର ସମସ୍ତ ଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ ତଥା ବାଟି ଚାମଚ଼, କୁଇଜ୍ ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର ଭଳି ପ୍ରତିଯୋଗିତା ହୋଇଥିଲା। ସଂନ୍ଧ୍ୟାରେ ଏହି ଅଞ୍ଚଳର କୁନି ପ୍ରତିଭା ମାନେ ଗୀତ, ଦଳଗତ ନୃତ୍ୟ,ଓଡଶୀ ଆଦି ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ । ଶେଷରେ କୃତୀ ପ୍ରତିଯୋଗିଙ୍କୁ ଅତିଥିମାନଙ୍କ ଗହଣରେ ପୁରସ୍କୃତ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ପଦ୍ମାକ୍ଷୀ ସିଂ,ନାଲକୋ ଥାନା ଅଧିକାରୀ ସାମୁଲାଲ ଓରାମ ଙ୍କ ସହ କ୍ଲବ ର ପୂର୍ବତନ ସଦସ୍ୟମାନେ ଉପସ୍ଥିତ ଥିଲେ। କ୍ଳବର ମୁଖ୍ୟ ଉଦ୍ଦେଶ୍ୟ ଏହି ଭଳି କାର୍ଯ୍ୟକ୍ରମ କଲେ ଭାଇଚାରା ସୃଷ୍ଟି ହେବାସହ ପରମ୍ପରାକୁ ବଜାଇ ରଖିବା । ଏହି କାର୍ଯ୍ୟକ୍ରମକୁ କ୍ଲବର ସଦ୍ଭାପତି ବିନୟ କୁମାର ସିଂ, ସଂପାଦକ ହିରେନ କୁମାର ସିଂ, କୋଷାଧ୍ୟକ ଚିନ୍ମୟ ସିଂଙ୍କ ସହ ସମସ୍ତ ସଦଶ୍ୟ ସୁନ୍ଦର ଭାବରେ ପରିଚାଳନା କରିଥିଲେ।ଅନୁଗୋଳରୁ ସୁଧାକର ସାହୁ




