ରାଜା ସୌଭାଗ୍ୟ ଚନ୍ଦ୍ର ଦେବ ମେମୋରିଆଲ ପାଇକ ଆଖଡ଼ା ଅନୁଷ୍ଠିତ
ତାଳଚେର ୭/୧୦ ତାଳଚେର ରାଜା ସାହେବ ବିଜେୟେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଙ୍କ ସ୍ବତନ୍ତ୍ର ଆମନ୍ତ୍ରଣ କ୍ରମେ ତାଳଚେର ରେ ପ୍ରଥମ ସୌଭାଗ୍ୟ ଚନ୍ଦ୍ର ଦେବ ମେମୋରିଆଲ ପାଇକ ଆଖଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଅବସରରେ ତାଳଚେର ଅଂଚଳର ବିଭିନ୍ନ ପାଇକ ଆଖଡ଼ା ସଙ୍ଗଠନ ଗୁଡିକ ସକାଳ ୧୦ଘଣ୍ଟା ସମୟରେ ତାଳଚେର ଚିତ୍ରକୂଟ ମନ୍ଦିର ନିକଟରେ ଥିବା ଦଶହରା ପଡ଼ିଆରେ ଏକତ୍ରିତ ହୋଇଥିଲେ। ପରେ ପରେ ଆସିଥିବା ପ୍ରାୟ ୧୩ଟି ପାଇକ ଆଖଡ଼ା ସଙ୍ଗଠନ କ୍ରମାନୟରେ ସେଠାରୁ ବାହାରି ହନୁମାନ ପଡା, କାରିଗର ପଡା, ବଉଳ ଛକ ଭୈରବୀ ସାହି, ବଡ଼ ବଜାର, ବଡ ଦାଣ୍ଡ ସାହି ଦେଇ ରାଜାଙ୍କ ପ୍ରାସାଦ ନିକଟରେ ପହଁଚି ଥିଲେ। ତେବେ ଆଗେ ଆଗେ ମାଆ ହିଙ୍ଗୁଳା ଓ କନକ ଦୁର୍ଗାଙ୍କ ଆଜ୍ଞା ମାଳ ଝଣ୍ଡା ସହର ପରିକ୍ରମା କରିଥିଲେ,ଓ ସହରର ପ୍ରତି ଘରେ ଘରେ କଳସୀ ଦୀପ ଅରୁଆ ଚାଉଳ ରେ ଏହି ଶୋଭାଯାତ୍ରା ବେଳେ ବନ୍ଦାପନା କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ପ୍ରାୟ ହଜାର ହଜାର ଲୋକ ଦେଖି ଉପଭୋଗ କରିଥିଲେ। ଅପରାହର୍ଣ୍ଣ ୪ଟା ସମୟରେ ନୂତନ ରାଜା ବୀଙ୍କେଶ ଚନ୍ଦ୍ର ଦେବ ପାଇକ କ୍ରୀଡା କୁ ଶୁଭାରମ୍ଭ କରିଥିଲେ ,ତାଙ୍କ ସହିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପୁର୍ବତନ ସାଂସଦ ମହେଶ ସାହୁ,ତାଳଚେର ଉପଜିଲ୍ଲାପାଳ ସମିର କୁମାର ଜେନା (IAS) ଅତିଥି ଭାବେ ଯୋଗଦେଇ ଥିଲେ । ପଟାୟତ ସୈଲେନ୍ଦ୍ର ଚନ୍ଦ୍ର ଦେବ,ରାଜ ପୁରୋହିତ ପଙ୍କଜ ଲୋଚନ ପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ଅନୁଷ୍ଟିତ ହୋଇଥିଲା, ସାମିଲ ହୋଇଥିବା ପାଇକ ଆଖଡ଼ା ସଙ୍ଗଠନ ମଧ୍ୟରେ ସନ୍ଥ ପଡା , ଗୋପାଳ ପ୍ରାସାଦ, ସୁଲେଇ ପାଳ, କିଶୋରୀ ପାଳ, କଙ୍କିଳି ରେଙ୍ଗାଳି, ବଜ୍ରକୁଟ, ପୁଡ଼ାଗଡ, ବୁଢ଼ାପଙ୍କ,ଝୁଲା ଖୁଣ୍ଟିଆ, ଖୁଲୁଆ, ୧୩ଟି ଦଳ ଗୁଡିକ ପକ୍ଷରୁ ନିଜ ନିଜର ପାଇକ ଖେଳ ଆରମ୍ଭ କରି ପରାକ୍ରମ ର କଳା ପ୍ରଦର୍ଶନ କରିଥିଲେ। ଏହି ଖେଳ କୁ ବହୁ ମାନ୍ୟ ଗଣ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇ ଭରପୂର ଉପଭାଗ କରି ଆନନ୍ଦ ପ୍ରକାଶ କରିଥିଲେ। ତେବେ ନୂତନ ରାଜା ଭାବେ ଅଧିଷ୍ଠିତ ହେବା ପରେ ନିଜେ ଦାୟୀତ୍ବ ନେଇ ପୂରାତନ କଳା ସଂସ୍କୃତି କୌଶଳ କୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସ କୁ ସବୁ ମହଲରେ ପ୍ରଶଂସା କରଯାଇଛି।



