ପଥରହୁଡି ଜନଶୁଣାଣିକୁ ଗ୍ରାମବାସୀଙ୍କ ଘୋର ବିରୋଧ ଯୋଗୁ ବାଧ୍ୟହୋଇ ଜନଶୁଣାଣୀ ବାତିଲ କଲା ପ୍ରଶାସନ।କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ଦ୍ୱାରା କରାଯାଉଥିବା ପଥର ହୁଡ଼ି ଜନଶୁଣାଣୀ କୁ ଘୋର୍ ବିରୋଧ କରିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରରୁଆଁ ଗୋଡ଼ା ଗ୍ରାମଠାରେ ହେବାକୁ ଥିବା ମେସର୍ସ ଫ୍ଲକ୍ସ ମିନେରାଲ୍ସ ଦ୍ବାରା ବାର୍ଷିକ ୦.୫୫୧ ମିଲିୟନ ଟନ କ୍ଵାର୍ଟଜାଇଟ ଉତ୍ତୋଳନ ସହିତ ଘଣ୍ଟାପ୍ରତି ୫୦ ଟନ ପ୍ରକ୍ରିୟାକରଣ ନିମନ୍ତେ ହେବାକୁଥିବା ଜନଶୁଣାଣିକୁ ଗ୍ରାମବାସୀ ପ୍ରବଳ ବିରୋଧ କରିବାରୁ ଏହି ଜନଶୁଣାଣୀ ଏକ ପ୍ରକାର ବାତିଲ ହେଇଛି । ରରୁଆଗୋଡା ଗ୍ରାମର ୨୫.୪୦୭ ହେକ୍ଟର ଖଣିଲିଜ କ୍ଷେତ୍ରରେ ଅବସ୍ଥିତ କ୍ୱାର୍ଟରଯାଇଟ ବ୍ଲକରେ ପଥର ଉତ୍ତୋଳନ ପାଇଁ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ତରଫରୁ ଆୟୋଜିତ ଏହି ଜନଶୁଣାଣିକୁ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ । ମେର୍ସସ ଫ୍ଲକ୍ସ ମିନେରାଲସ କୁ ଏହି ପଥର ହୁଡିକୁ ଲିଜ ଦେବା ଲକ୍ଷ୍ୟରେ ଆଜି ଏହି ଜନଶୁଣାଣି ହେବାର କାର୍ଯ୍ୟକ୍ରମ ରହିଥିଲା । ଏନେଇ ପ୍ରଶାସନ ତରଫରୁ ସମସ୍ତ ଆୟୋଜନ କରାଯାଇଥିବା ବେଳେ ଏହାକୁ ଘୋର ବିରୋଧ କରି ଗ୍ରାମବାସୀ ରାଜରାସ୍ତାରେ ବସିବା ସହିତ ଏହି ଜନ ଶୁଣାଣୀ କୁ ପ୍ରତ୍ୟାଖ୍ୟାନ କରିଥିଲେ । ଗ୍ରାମ ବାସୀଙ୍କ ଘୋର ବିରୋଧ ଯୋଗୁ ଏହି ଜନ ଶୁଣାଣୀକୁ ବାତିଲ କରିବାକୁ ପ୍ରଶାସନ ଏକ ପ୍ରକାର ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

April 30, 2026/
No Comments


