ନାଲକୋ ଠିକା ଶ୍ରମିକ ସଂଗଠନ କାରଖାନା ର ଉନ୍ନତିରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି
ଅନୁଗୋଳ – ନାଲକୋ ନଗର ମଧ୍ୟରେ ଥିବା ନେସ ଅଫିସ ପ୍ରାଙ୍ଗଣ ରେ ନାଲକୋ ଠିକା ଶ୍ରମିକ ସଂଘ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଆଈ.ଏନ.ଟି.ୟୁ.ସି ର କେନ୍ଦ୍ର ଉପ ସଭାପତି ଓ ରାଜ୍ୟ ସଭାପତି ରାମ ଚନ୍ଦ୍ର ଖୁଣ୍ଟିଆ ଉପସ୍ଥିତ ଥିଲେ। ନାଲକୋ ଭଳି ଏକ ନବରତ୍ନ କାରଖାନା ରେ ଶ୍ରମିକ ମାନଙ୍କୁ ଯେଉଁ ପ୍ରତାରଣା କରାଯାଉଛି ତାହାର କିଭଳି ବିନାଶ ହେବ ସେମାନେ କିଭଳି ପ୍ରତ୍ୟେକ ମାସ ରେ ସଠିକ୍ ଦରମା , ପି.ଏଫ୍ , ଇ.ଆଈ.ଏସ.ସି ଭଳି ମୌଳିକ ସୁବିଧା ଗୁଡ଼ିକ କିଭଳି ମିଳି ପାରିବ ସଂଗଠନ ତରଫରୁ ପୂର୍ଣ୍ଣ ଚେଷ୍ଠା କରାଯିବାକୁ କୁହାଯାଇଛି । ସେହିଭଳି ଚାକିରି ରୁ ଅବ୍ୟାହତ ପରେ ଶ୍ରମିକ ମାନେ କିଭଳି ନିଜର ପେନସନ ପାଇ ପାରିବେ ସେଥିପ୍ରତି ଚେଷ୍ଟା କରାଯିବାକୁ ପ୍ରତିଶ୍ରୁତି ମିଳିଛି । ସେହିଭଳି ମଦନ ମୋହନ ଧଳ ନିଜ ଅଭିଭାଷଣ ରେ ଶ୍ରମିକ ସଂଗଠନ କୁ କିଭଳି ଦୃଢିଭୂତ କରିହେବ ଆଗାମୀ ଦିନରେ ନାଲକୋ ରେ ଶ୍ରମିକ ମାନେ କିଭଳି ସ୍ଥାୟୀ କର୍ମଚାରୀ ଙ୍କ ଭଳି ପଦୋନ୍ନତି ସୁବିଧା ମିଳି ପାରିବ ତାହା ପାଇଁ ନାଲକୋ ଶ୍ରମିକ ସଂଗଠନ ପ୍ରତିବାଦ କରିବା ସହିତ ପୂଜା ସମୟରେ ମିଳୁଥିବା ବୋନସ ଗୁଡ଼ିକୁ ପ୍ରଦାନ କରିବାକୁ ଦାବି କରିଥିଲେ ତେବେ ଏହାକୁ ନେଇ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ ।



