ତାଳଚେର ପୋଲିସ୍ ର ଖୁଚୁରା ବାଣ ବ୍ୟବସାୟୀଙ୍କ ଉପରେ ନଜର : ବଡ଼କୁ ମାଫ୍ କାହିଁକି!
ତାଳଚେର, ୧୪/୧୦ ଦୀପାବଳି ପର୍ବ ପାଖେଇ ଆସୁଥିବା ବେଳେ ବାଣ ବ୍ୟବସାୟୀମାନେ ବାଣ ବିକିବାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ନିକଟରେ ମାନ୍ୟବର କୋର୍ଟ ବାଣକୁ ନାପସନ୍ଦ କରିଥିବା ବେଳେ ଓ ଏହାର କୁପ୍ରଭାବ ଜୀବଜଗତକୁ କ୍ଷତି ପଂହଚାଉଥିବାକୁ ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ତେବେ ସେ ଯାହା ହେଉ ନା କାହିଁକି ପରମ୍ପରା ବଜାୟ ରଖିବାକୁ ନେଇ ଲୋକଙ୍କ ବଡ଼ବଡ଼ୁଆକୁ ବାଟେଇବା ପାଇଁ କାହିଁ କେଉଁ ଆବାହମାନ କାଳରୁ ଏହି ବାଣ ଫୁଟାଇବା ପ୍ରଥା ଚଳି ଆସୁଛି । ସେହି ସମୟରେ ତାଳଫଟକା, ଧପ୍ଧପି ଇତ୍ୟାଦି ଛୋଟମୋଟ ବାଣକୁ ଯାହାକି ଜୀବଜଗତ ଉପରେ କୁପ୍ରଭାବ ନପକାଇବା ଭଳି ବାଣ ବ୍ୟବହାର କରାଯାଉଥିଲା । ମାତ୍ର ଏବେ କାନଫାଟିଲା ଭଳି ଓ ଘରଦ୍ୱାର ଥରି ଉଠିଥିଲା ଭଳି ଅତ୍ୟଧିକ ରାସାୟନିକ ବିସ୍ଫୋରକ ବାଣ ବିକ୍ରି କରାଯାଉଥିବା ନଜିର ରହିଛି । ଏବଂ ଏହି ବାଣ ତିଆରି ବେଳେ କିଛି କିଛି ସ୍ଥାନରେ ବାଣବିସ୍ଫୋରଣ ହୋଇ ଘରଦ୍ୱାର ଭାଙ୍ଗିବା ସହିତ ଲୋକଙ୍କ ମୃତ୍ୟୁ ହେଉଥିବା ଅନେକ ଦୃଷ୍ଟାନ୍ତମାନ ରହିଛି । ଏହି ପରିପ୍ରେକ୍ଷୀରେ ତାଳଚେର ଅଂଚଳରେ ପ୍ରାୟ ୪-୫ମାସ ପୂର୍ବରୁ ବ୍ୟବସାୟୀମାନେ ଲୁଚାଛପା କରି କୋଟିକୋଟି ଟଙ୍କାର ଟ୍ରିପ୍ ଟ୍ରିପ୍ ବାଣ ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖି ସେଥିରୁ ମଧ୍ୟରୁ କିଛି ବ୍ୟବସାୟୀ ବାଣ ଗୁଡ଼ିକ ଅତି ଚତୁରତାର ସହ ବିକ୍ରିକରି ସାରିଥିବା ବେଳେ ଆଉ କେତେକ ମୋଟା ଅଙ୍କ ରୋଜଗାର କରିବା ଆଶାରେ ଅନାଇ ବସିଥିବା ଅଭିଯୋଗ ହେଉଛି । ସେହି ବ୍ୟବସାୟୀମାନଙ୍କ ଠାରୁ ଯେଉଁ ଖୁଚୁରା ବ୍ୟବସାୟୀମାନେ ନିଜର ପେଟପାଟଣା ପାଇଁ କରଜ କରି ଟଙ୍କା ଆଣି ବାଣ ଗଣ୍ଡିଏ କିଣି ବିକ୍ରି କରିବା ଲକ୍ଷ୍ୟରେ ନେଉଛନ୍ତି ତାଳଚେର ଟାଉନ ପୋଲିସ୍୍ ସତେ ଯେପରି କାଣି ବିଲେଇ ଉପରେ ଅସରପା ରଜାଭଳି ସେମାନଙ୍କୁ ଧରୁଥିବା ବେଳେ ଯେଉଁ ବଡ଼ବ୍ୟବସାୟୀ କୋଟିକୋଟି ଟଙ୍କା ବାଣ ଆଣି ବ୍ୟବସାୟ କରି ଆଧିପତ୍ୟ ଜାହିର କରୁଛନ୍ତି ତାଙ୍କ ପାଖରେ ପୋଲିସ୍ ପଂହଚି ପାରୁନଥିବା ସନ୍ଦେହଜନକ ଅବସ୍ଥା ସୃଷ୍ଟି କରୁଛି । ତେବେ କଥା ଆସୁଛି ତାଳଚେର ଟାଉନ ପୋଲିସ୍ ଲକ୍ଷଲକ୍ଷ ଟଙ୍କାର ବାଣଜବତ କରୁଥିବା ବେଳେ ଦୀପାବଳି ରାତିରେ ଉଚ୍ଚ କ୍ଷମତା ସମ୍ପୂର୍ଣ୍ଣ ନାମୀଦାମୀ ବାଣ ଫୁଟା ଯାଉଛି କି ନାହିଁ ତାହା ସେହିଦିନ ରାତି ସ୍ପଷ୍ଟ କରିଦେବ ଓ ପୋଲିସ୍ର ପାରିବାପଣିଆ ଏବଂ କାର୍ଯ୍ୟଦକ୍ଷତା ପ୍ରମାଣ କରିଦେବ । ଏଠାରେ ରହିଥିବା ଟାଣୁଆ ଏସଡ଼ିପିଓ ଓ ଟାଣୁଆ ଆଇଆଇସି କିପରି ଭାବେ ଓ କାହିଁକ ବଡ଼ ବ୍ୟବସାୟୀମାନଙ୍କୁ ମାଫ କରି ଦେଉଥିା ବେଳେ ବିଚରା ଖୁଚୁରା ବ୍ୟବସାୟୀମାନଙ୍କ ବାଣକୁ ଜବତ କରି ବାହା ବାହା ମାରୁଥିବା କେତେ ଯୁକ୍ତିଯୁକ୍ତ ଏହାକୁ ନେଇ ତଳଚେର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

