ଧରମପୁର ମହାବୀର ଲକ୍ଷ୍ମୀପୂଜା କମିଟିର ଆଜ୍ଞାମାଳ ଓ ଲଡ଼ୁନିଲାମ
ତାଳଚେର, ୧୬/୧୦ ଚଳିତବର୍ଷ ତାଳଚେର ବ୍ଲକ ଧରମପୁର ଗ୍ରାମର ମହାବୀର ଲକ୍ଷ୍ମୀପୂଜା କମିଟିର ଆଜ୍ଞାମାଳ ଓ ଲଡ଼ୁ ନିଲାମ ହୋଇଛି, ଯେଉଁଥିରେ ନିଲାମଧାରୀ ସର୍ବୋମୋଟ ୯୧ହଜାର ୩ଶହ ୩ଟଙ୍କାରେ ସୁଡ଼ୁଲ ବେହେରା, ଜନ୍ମି ବେହେରା ଏବଂ ମିଷ୍ଠି ଭୂତିଆ ନିଲାମ ନେଇଥିଲେ । ୧୭ବର୍ଷ ଧରି ମହାଆଡ଼ମ୍ବର ସହକାରେ ଧରମପୁର ଗ୍ରାମରେ ମହାଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇ ଆସୁଛି । ପ୍ରତ୍ୟେକ ଦିନ ବିଭିନ୍ନ ମେଢ଼ ପକ୍ଷରୁ ସନ୍ଧ୍ୟାରେ ନାମସଂକୀର୍ତ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ତେବେ ମା’ମହାଲକ୍ଷ୍ମୀଙ୍କ ପୂଜାରେ ଗ୍ରାମଟି ଚଳଚଂଚଳ ହେବା ସହ ଏକ ଆଧ୍ମାତ୍ମିକ ପରିବେଶ ସୃଷ୍ଟି କରିଥିଲା ।



