ଆଜି ତା – ୧୭.୧୦.୨୦୨୫ ରିଖ ଶୁକ୍ରବାର ଦିନ ଢେଙ୍କାନାଳ ସ୍ଥିତ “ପ୍ରିୟ” କାର୍ଯ୍ୟାଳୟ ର ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ର ଓ କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଢେଙ୍କାନାଳ ର ମିଳିତାନୁକୁଲ୍ୟ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ୧୬୭ ଜଣ ଲୋକ ଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା, ଆଖି ଔଷଧ ଇତ୍ୟାଦି ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଙ୍କ ଉପସ୍ଥିତି ରେ ପରିଚାଳିତ ହୋଇଯାଇଅଛି। “ପ୍ରିୟ” ର ସମସ୍ତ କର୍ମକର୍ତ୍ତା ତଥା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସ୍ୱାଗତିକା ରାଉତ, ସୌଭାଗ୍ୟଲକ୍ଷ୍ମୀ ତରାଇ, ଲକ୍ଷ୍ମୀପ୍ରିୟା ନାୟକ,ବର୍ଷାରାଣୀ ପ୍ରଧାନ, ବୈକୁଣ୍ଠନାଥ ପାତ୍ର,ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।




