*ଡୁଡୁକେଲ ଝାଙ୍କର କୁ ଆକ୍ରମଣ ଘଟଣା ରେ, ରାଜେଶ ବଗର୍ତ୍ତି ଓ କପିଲ ବଗର୍ତ୍ତି କୋର୍ଟ ଚାଲାଣ*-

—-ଗୋଲାମୁଣ୍ଡା ୧୭/୧୦/୨୫ ମୂଳ ନୀବାସୀ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପରମ୍ପରାର ସଭ୍ୟତା ବଜାୟ ରଖି ଅନେକ ଦେବାଦେବୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ସହ ଭକ୍ତି ଭାବରେ ପୂଜାପାଠ କରି ଆସୁଛନ୍ତି ଗ୍ରାମ ଓ ଦେଶର ମଙ୍ଗଳ ସକାଶେ, କିନ୍ତୁ କିଛି ମୁଷ୍ଟିମେୟ ନେତାଙ୍କ ଇଙ୍ଗିତରେ ପଡ଼ି କିଛି ଅସାଧୁ ଦୁର୍ବୃତ୍ତ ଠିକାଦାର ମାନେ ନିଜର ସ୍ୱାର୍ଥ ସାଧନା ପାଇଁ ଦେବା ଦେବୀ ମନ୍ଦିର ଗୁଡ଼ିକୁ ବିରୋଦ୍ଧାଚରଣ ସହିତ ଅସାମାଜିକ କାମ କରିଥିବା ନେଇ ଆଦିବାସୀ ସମାଜର ଆସ୍ତାର ପ୍ରତୀକ ଉପରେ ଘୋର ଅପମାନ କାର୍ଯ୍ୟ କରିଥିବା ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡୁକେଲ ଗ୍ରାମରେ, ଏକ ସରଳ ନିରୀହ ନିର୍ଦ୍ଦୋଷ ଆଦିବାସୀ ବୃଦ୍ଧ ରତନ ଝାଙ୍କରକୁ ନିର୍ମମ ମାଡ ମାରିବା ସହିତ ମରଣାତ୍ମକ ଆକ୍ରମଣ କରିଥିବା ଘଟଣାକୁ ନେଇ ଆଦିବାସୀ ସମାଜ ଓ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ବୃଦ୍ଧ ଜଣକ ଆଦିବାସୀ କନ୍ଦ ସଂପ୍ରଦାୟ ଝାଙ୍କର ରତନ ଭୋଏ, ବୟସ (୬୪) ସ୍ବର୍ଗତ ପିତା ନିଛାଲ ଭୋଏ, ଗତ ତା ୧୪/୧୦/୨୫ ମଙ୍ଗଳବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଗ୍ରାମ ବସ୍ତି ପଡା ରୁ ନିଜ ଘରକୁ ଯାଉଥିବା ସମୟରେ ଆସାମି ରାଜେଶ ବଗର୍ତ୍ତି ଓ କପିଲ ବଗର୍ତ୍ତି ଦେବିଗୁଡ଼ି ପାଖରେ ପାଇଖାନା ତିଆରି କରୁଥିବା କଥାକୁ ନେଇ ମନା କରିବାରୁ ଦୁର୍ବୃତ୍ତ ଠିକାଦାର ମାନେ ରାଗରେ ଜର ଜର ହୋଇ ଉକ୍ତ ନିରୀହ ବୃଦ୍ଧ ଆଦିବାସୀ ରତନ ଭଏ ଙ୍କୁ ଜାତିଆଣ ଆକ୍ଷ୍ୟେପ ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରି ପିନ୍ଦିଲା ଚପଳ କାଢି ବିଜ୍ ରାସ୍ତା ରେ ନିର୍ଦ୍ଧୁମ ମାଡ ମାରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ ଏବଂ ଭବିଷ୍ୟତରେ ଜୀବନରେ ମାରିଦେବାର ମଧ୍ୟ ଧମକ ଦେଇଥିଲେ।ଠିକ୍ ଏହି ସମୟରେ ଘଟଣା ସ୍ଥଳରେ ଗ୍ରାମର ମୁଣ୍ଟୁ ନାଏକ, ଦୟାନିଧି ଭତ୍ରିଆ,ପ୍ରଭା ବାଗ,ଉକ୍ତ ଆସାମୀ ଠାରୁ ବୃଦ୍ଧ ରତନ ଭୋଏ ଙ୍କ ଜୀବନକୁ ବଞ୍ଚାଇଥିବାର ଦୃଶ୍ୟ ମୋବାଇଲ ଭିଡିଓ କ୍ଲିପ୍ ସହ ପ୍ରାପ୍ତ ସୂଚନାରୁ ଜଣାପଡିଛି। ପରେ ଆଦିବାସୀ ବୃଦ୍ଧ ଝାଙ୍କର୍ ରତନ ଭୋଇ ଜୀବନର ସୁରକ୍ଷା ପାଇ ଗୋଲାମୁଣ୍ଡା ପୋଲିସ ଥାନାରେ ଲିଖିତ ଏତଲା ଦେଇଥିଲେ।ଉକ୍ତ ଘଟଣାକୁ କେନ୍ଦ୍ରକରି ଗୋଲାମୁଣ୍ଡା ପୋଲିସ ଥାନା ଆଇ ଆଇ ସି ଚନ୍ଦ୍ରଧ୍ଵଜ ସାହୁ ଡୁଡୁକେଲ ଗ୍ରାମକୁ ଯାଇ ଆସାମୀ ରାଜେଶ ବଗର୍ତ୍ତି ଓ କପିଲ ବଗର୍ତ୍ତି ଙ୍କୁ ହାଜତକୁ ଆଣି ଭାରତୀୟ ନ୍ୟାୟସହିତା ଅନୁଯାୟୀ ପି ଏସ୍ କେସ୍ ନମ୍ବର୍ ୧୫୪ ତା ୧୫/୧୦ା୨୫ ୟୁଏସ୍ ୨୯୬,୧୧୫(୨), ୧୩୩,୩୫୧(୨),୩(୫) କେସ୍ ରୁଜୁ କରି ଧର୍ମଗଡ କୋର୍ଟ ଚାଲାଣ କରାଗଲା। ପ୍ରକାଶ ଥାଉକି ଆଗାମୀ ଚାର୍ଜସିଟ୍ ସମୟରେ ଦଫା ଗୁଡ଼ିକୁ କୋହଳ କରି ଆସାମୀକୁ ପ୍ରଶୟ ଦିଆଯାଏ ତାହେଲେ ସମଗ୍ର କଳାହାଣ୍ଡି ଆଦିବାସୀ ସଂଘ ପୋଲିସ ଥାନା ସାଙ୍ଗକୁ ଜିଲ୍ଲା ଏସ୍ ପି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କାପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



