ଜନବସତି ମଧ୍ୟରେ ଏସଆର୍ କମ୍ପାନୀ ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
କେନ୍ଦୁଝର : ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଜନସାଧାରଣ। କେନ୍ଦୁଝରରେ ଏସାର୍ ମିନିମେଟ୍ କମ୍ପାନୀକୁ ବିରୋଧ କରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଜନତା । କେନ୍ଦୁଝର ସଦର ବ୍ଲକ ଟିକରପଡ଼ା ରେ ଏସାର୍ ମିନମେଟ୍ କମ୍ପାନୀର ବେନିଫିକେସନ୍ ପ୍ଲାଣ୍ଟ ପ୍ରତିଷ୍ଠାକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ହାତରେ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦୁଝର ସହର ପରିକ୍ରମା କରିଥିଲେ । ଏହାପରେ ସେମାନେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ୩ ବର୍ଷ ପୂର୍ବେ ଏଠାରେ କାରଖାନା ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ । ହେଲେ, ବର୍ତ୍ତମାନର ସରକାର ଏଠାରେ କାରଖାନା ପ୍ରତିଷ୍ଠା ପାଇଁ ଅନୁମତି ଦେଇଛନ୍ତି । ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଏହି ଅଞ୍ଚଳ, ଏଠାରେ କାରଖାନା ହେଲେ, ଏହି ଚାଷ ସମ୍ପୁର୍ଣ୍ଣ ଉଜୁଡ଼ିଯିବ । ଏଠାରେ କାରଖାନା ପ୍ରତିଷ୍ଠା ହେଲେ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ହେବ ବୋଲି ଲୋକେ ଅଭିଯୋଗ କରିଛନ୍ତି । କାରଖାନା ହେଲେ, ଅଞ୍ଚଳ ଜଳଶୂନ୍ୟ ହୋଇ ମରୁଭୂମି ପାଲଟିଯିବ ବୋଲି ଅଭିଯୋଗ ହୋଇଛି । ଯେଉଁଠି ଖଣି ଅଛି, ସେହି ଅଞ୍ଚଳରେ ଏହି କାରଖାନା ପ୍ରତିଷ୍ଠା କରାଯାଉ, ଜନବସତି ଅଞ୍ଚଳରେ ଏହା ନ କରିବାକୁ ସେମାନେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରି ସେଥିରେ ଏହା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



