କେନ୍ଦୁଝର ଜିଲ୍ଲାରେ ମାଙ୍କଡ ଆତଙ୍କ, ମାଙ୍କଡ ଆକ୍ରମଣରେ ସାତଜଣ ଆହତ
କେନ୍ଦୁଝର….କେନ୍ଦୁଝର ଜିଲ୍ଲାରେ ଦେଖାଦେଇଛି ମାଙ୍କଡ ଆତଙ୍କ। ମାଙ୍କଡ ଆକ୍ରମଣରେ ସାତଜଣ ଆହତ ହୋଇଥିବା ନେଇ ସୂଚନା। ଯାହାକି ସୂଚନା ରହିଛି ଏହା ଦେଖାଦେଇଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ପୌରପାଳିକା ରେ ମାଙ୍କଡ ଆତଙ୍କ ସୃଷ୍ଟି କରିଛି। ମାଙ୍କଡ କାମୁଡାରେ ସାତ ଜଣ ଆହତ ହୋଇଥିବା ନେଇ ସୂଚନା।ଘରେ ପଶି କାମୁଡୁଛି ମାଙ୍କଡ । ଗତକାଲି ଠାରୁ ଏକ ମାଙ୍କଡ ଯୋଡ଼ା ପୌରପାଳିକା ଅନ୍ତର୍ଗତ ରେ ଆତଙ୍କ ଜାରି ରଖିଛି । ମାଙ୍କଡଟି ଘରେ ପଶି ଯାହାକୁ ପାଉଛି ତାକୁ କାମୁଡ଼ି ଆହତ କରୁଥିବା ବେଳେ ମାଙ୍କଡକୁ ନେଇ ଯୋଡ଼ାରେ ଆତଙ୍କ ଦେଖାଦେଇଛି। ଗତ କାଲି ସନ୍ଧ୍ୟା ରେ ଦଲକ ହାଟି୍ଙ୍ଗ ରେ ମାଙ୍କଡଟି ପାଞ୍ଚ ଜଣକୁ କାମୁଡ଼ି ଆହତ କରିଥିବା ବେଳେ ଆଜି ସକାଳୁ ଦୁଇଜଣ କୁ କାମୁଡ଼ି ଥିବା ଜଣା ପଡିଛି। ମାଙ୍କଡ କୁ ନେଇ ଅସନ୍ତୋଷ ମଧ୍ୟ ଦେଖାଦେଇଛି। ବନ ବିଭାଗ ହେଉ ଅବା ଯୋଡ଼ା ପୌରପାଳିକା ଅତିଶୀଘ୍ର ମାଙ୍କଡ କୁ ଧରି ଜଙ୍ଗଲ ରେ ଛାଡି ବାକୁ ଜନସାଧାରଣ ରେ ଦାବୀ ହୁଏ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ





