*ହିନ୍ଦୋଳ ବିଦ୍ୟୁତବିଭାଗର ଅବହେଳାପାଇଁ ୧୧କେଭି ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ହିନ୍ଦୋଳ -ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଏନଏସି ଅଞ୍ଚଳରେ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଖବରରୁ ପ୍ରକାଶ ହିନ୍ଦୋଳ ଏନଏସି ୱାର୍ଡନଂ ୩ ଚମ୍ପତିସାହି ବାସି ଡ଼ମ୍ବୁରୁ ଗଡ଼ନାୟକ ଙ୍କ ପୁଅ ବିପ୍ର ଗଡ଼ନାୟକ (୪୦) ଜଣେ ରାଜମିସ୍ତ୍ରୀ ଏବଂ ଆଜି ସକାଳେ ମିସ୍ତ୍ରୀ କାମ କରୁଥିବା ବେଳେ ରଡ଼ ବନ୍ଧୁଥିଲେ ମାତ୍ର ଘର ନିକଟକୁ ଲାଗି ଯାଇଥିବା ୧୧କେଭି ବିଦ୍ୟୁତତାର ସଂସ୍ପର୍ଶ ରେ ରଡ଼ ଲାଗିଯିବାରୁ ବିପ୍ର ଙ୍କୁ ଖୁବଜୋରରେ କରେଣ୍ଟ ମାରିଥିଲା ଫଳରେ ହାତଗୋଡ଼ ପୋଡିଯିବା ସହ ଶରୀରରେ ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ, ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ତୁରନ୍ତ ହିନ୍ଦୋଳ ଡାକ୍ତରଖାନା ନେଇଥିଲେ ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ବିପ୍ରଙ୍କୁ କଟକ ବଡ଼ଡାକ୍ତରଖାନା ପଠାଇଦେଇଥିଲେ ତେବେ ବିପ୍ର ବର୍ତମାନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ହିନ୍ଦୋଳ ରେ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ବାରମ୍ବାର ଦୈନିକ ବିଦ୍ୟୁତ କାଟ ହେବା ସହ ଯାଇଥିବା ୧୧କେଭି ତାର ଜନବସତିକୁ ଲାଗି ଯାଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନି ସହ ମଣିଷ ସହିତ ପଶୁପକ୍ଷୀ ଆହତ ହେଉଛନ୍ତି ମାତ୍ର ହିନ୍ଦୋଳ ବିଦ୍ୟୁତ ବିଭାଗ ର ବେପାବାୟ ନୀତି ଯାଉନାହିଁ କିମ୍ବା କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ। ତେବେ ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ନିରୀହ ଗରିବ ତଥା ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ବିପ୍ର ଗଡ଼ନାୟକ ଙ୍କ ଜୀବନ ଆଜି ବାଜିରେ ଲାଗିଥିବା ଯୋଗୁଁ ତାଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ସହିତ ପରିବାର ପ୍ରତିପୋଷଣ ପାଇଁ ଥଇଥାନ ବ୍ୟବସ୍ଥା ବିଦ୍ୟୁତ ବିଭାଗ ତଥା ପ୍ରଶାସନ ପଦକ୍ଷେପ ନେବାକୁ ହିନ୍ଦୋଳ ଜନସାଧାରଣ ରାଜ୍ୟ ସରକାର ଙ୍କ ନିକଟରେ ଦାବିକରିଛନ୍ତି ଏବଂଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବାସହ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ପ୍ରାୟ ଅନେକ ସ୍ଥାନରେ ଉହଳି ପଡି ଥିବା ଏବଂ ଜନବାସତି ମଧ୍ୟ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବାକୁ ଜନସାଧାରଣ ଦାବି କରିଛନ୍ତି।




