ଭଟଲି କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ):- କଳା ସଂସ୍କୃତିର ସମୃଦ୍ଧିରେ ହିଁ ଓଡ଼ିଶା ସମୃଦ୍ଧ ହୋଇପାରିବ । ସେଥିପାଇଁ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ କଳା ସଂସ୍କୃତି ସହିତ ଅନ୍ୟାନ୍ୟ ପ୍ରତିଭାର ବିକାଶ ହୋଇପାରିବ ଓ ୨୦୩୬ ମସିହା ଆମ ରାଜ୍ୟ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହୋଇପାରିବ ବୋଲି ବରଗଡ଼ ଜିଲ୍ଲା ଭଟଲି ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅବସରରେ ମତ ପ୍ରକାଶ ପାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା ଏବଂ ସିଆରସିସି ଲୋକନାଥ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରମୋଦିନି ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବାସହିତ ପିଲାମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ତଥା ଦେଶକୁ ବିଶ୍ଵବିଦିତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ନାଟ୍ୟ ନିର୍ଦ୍ଦେଶକ ନରେନ୍ଦ୍ର ପଣ୍ଡା ଏବଂ ନୃତ୍ୟ ନିର୍ଦ୍ଦେଶକ ନରସିଂହ ମହାପାତ୍ର ଯୋଗଦେଇ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ରାଜ୍ୟର କଳା ସଂସ୍କୃତି ବିଷୟରେ ସୂଚନା ପ୍ରଦାନ କରିବା ସହ କଳା ସଂସ୍କୃତି ସହିତ ଜଡ଼ିତ ରହିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ପ୍ରବନ୍ଧ, ବିତର୍କ, ବକୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, କୁଇଜ, ଗଣିତ ଦୌଡ଼, ଗଳ୍ପ କଥନ, ସୁନ୍ଦର ହସ୍ତାକ୍ଷର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ଢାଲେଶ୍ୱରି ପଟେଲ, ଅନିମା ବାରିକ, ଜ୍ଞାନ ରଞ୍ଜନ ସାହୁ, କିଶୋର ପ୍ରଧାନ, ଯ୍ୟୋସ୍ନାମୟୀ ମହାନନ୍ଦ, ଚିତ୍ତରଞ୍ଜନ ପ୍ରଧାନ, ବିକାଶ ରଞ୍ଜନ ପ୍ରଧାନ, ଉଚ୍ଛବ ଭୁଏ, ରିତାରାଣୀ ବେହେରା, ସିଆରସିସି ସୁଶାନ୍ତ ସୁନା, ବିରେନ୍ଦ୍ର ପାଣ୍ଡେ, ସୁଜିତ ନନ୍ଦ, ଗୁପ୍ତଚନ୍ଦ୍ର ରଏ ପ୍ରମୁଖ ବିଭିନ୍ନ ବିଭାଗରେ ବିଚାରକ ଭାବେ ଯୋଗଦେଇଥିଲେ ।



