*ଅତାବିରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ -୨୦୨୫ “ସୁରଭି” ଅନୁଷ୍ଠିତ*

ବରଗଡ:୨୫/୧୦(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ -୨୦୨୫ “ସୁରଭି” ପଞ୍ଚାୟତ ହାଇସ୍କୁଲ ଟୋପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସରୋଜ ଭୁଏ,ମୁଖ୍ୟବକ୍ତା ଭାବରେ ଏନ.ଏସ.ସି.ବି କଲେଜ ସମ୍ବଲପୁରର ବରିଷ୍ଠ ଅଧ୍ୟାପକ ଡକ୍ଟର ଶ୍ୟାମ ଭୋଇ ଏବଂ ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ତ୍ତିକ ବାଗ,ସରପଞ୍ଚ ଡୁଳେଶ୍ଵରୀ ବୁଡା,ସମିତି ସଭ୍ୟ ଓକିଲ ଭାତପହାର, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଭକ୍ତ ଚରଣ ମଲ୍ଲିକ ଯୋଗ ଦେଇଥିଲେ। ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବରାଜ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷକ କେଶବ ଛନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ବିଇଓ ସୁଶ୍ରୀ କୁମ୍ଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ଉଦଯାପନୀ ଉତ୍ସବରେ ଶିଶୁ ମହୋତ୍ସବ “ସୁରଭି” ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରିଚାଳନାରେ ବ୍ଲକର ସମସ୍ତ ସି ଆର ସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

