ଏମସିଏଲ ଦ୍ବିତୀୟ ସ୍ବତନ୍ତ୍ର କମିଟି ବୈଠକ

ଅନୁଗୋଳ ତା ୨୭.୧୦.୨୦୨୫ ରିଖ ଦିବା 11.00 ଘଟିକା ସମୟରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ଦ୍ବିତୀୟ ସ୍ବତନ୍ତ୍ର କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ବୈଠକର ଅଧ୍ୟକ୍ଷ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ । ତତ୍ପରେ, ବୈଠକର ଆବାହକ ତଥା ଜିଲ୍ଲାପାଳ ଅନୁଗୋଳ ଶ୍ରୀ ଅବଦାଲ୍ ମୂହମ୍ମଦ ଅଖତର କାର୍ଯ୍ୟସୂଚୀ ଅନୁଯାୟୀ ସାତ ଗୋଟି ବିଷୟ ଉପରେ ପର୍ଯ୍ୟାୟକ୍ରମେ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହି ସାତ ଗୋଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏମସିଏଲ ର ସୁଭଦ୍ରା କୋଇଲା ଖଣି ନିମନ୍ତେ ଜମିର ଉଚିତ ମୂଲ୍ୟାଙ୍କନ, ଗୋପାଳପ୍ରସାଦ ଖମାରର ବିସ୍ଥାପିତଙ୍କ ସମସ୍ୟା ସମେତ କାର୍ଯ୍ୟସୂଚୀରେ ସ୍ଥାନିତ ସମସ୍ତ ବିଷୟରେ ବୈଠକରେ ଆଲୋଚନା କରାଯାଇ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବିସ୍ଥାପିତ ମାନଙ୍କ ଦାବୀକୁ ସକାରାତ୍ମକ ଭାବେ ବିଚାରକୁ ନେବା ପାଇଁ ମାନ୍ୟବର ଲୋକପ୍ରତିନିଧିମାନେ, ଅଧିକାରୀ ଓ ଏମସିଏଲ କର୍ତ୍ତୃପକ୍ଷଙ୍କୁ କହିଥିଲେ । ବୈଠକରେ ମାନ୍ୟବର ଢେଙ୍କାନାଳ ସାସଂଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ, ଅନୁଗୋଳ ଶ୍ରୀ ଉଦୟ କୁମାର ମହାପାତ୍ର, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ସ୍ଵତନ୍ତ୍ର ଭୂ ଅର୍ଜନ ଅଧିକାରୀ, ଏମସିଏଲ, ଅନୁଗୋଳ ଶ୍ରୀ ପ୍ରତାପ ହରି ପ୍ରଧାନ, ଏମସିଏଲ ତରଫରୁ ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେ ଏବଂ ତାଳଚେର କୋଇଲା କ୍ଷେତ୍ର ର ସମସ୍ତ ମହାପ୍ରବନ୍ଧକ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୂହମ୍ମଦ ଅଖତର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




