ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଧୁତା ଶପଥ ପାଠ
ଅନୁଗୋଳ,ତା.୨୭.୧୦:- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖଠାରୁ ୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଊଛି । ଚଳିତ ବର୍ଷର ବାର୍ତ୍ତା ହେଊଛି “ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ଵ” । ଏହି ଉପଲକ୍ଷେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଏକ ସାଧୁତା ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ଶ୍ରୀ ଜୟକୃଷ୍ଣ ପାତ୍ର, ଭିଜିଲାନସ୍ ଇନସ୍ପେକ୍ଟର ଶ୍ରୀମତୀ ଊର୍ମିଳା ଲାକ୍ରା, ଡେପୁଟି କଲେକ୍ଟର(ନିର୍ବାଚନ) ଶ୍ରୀମତୀ ମମତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ ଧଳ, ଡେପୁଟୀ କଲେକ୍ଟର ଶ୍ରୀମତୀ ମଧୁସ୍ମିତା ବିଶି, ଡେପୁଟୀ କଲେକ୍ଟର ଶ୍ରୀମତୀ ଶ୍ଵାହା ମହାନ୍ତି, ଡେପୁଟୀ କଲେକ୍ଟର ଶ୍ରୀ ସୁକାନ୍ତ କୁମାର ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସଞ୍ଜୟ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ମନ୍ମଥ ନାଥ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଊପସ୍ଥିତ ଥିଲେ । ଏହା ସହିତ ଅନୁଗୋଳ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସାଧୁତାର ଶପଥ ପାଠ କରାଯାଇଥିଲା ।



