ଜଳବାୟୁ ପ୍ରତି ନ୍ୟାୟକୁ ଦେଶର ନୈତିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ଜଳବାୟୁ ପ୍ରତି ନ୍ୟାୟ ଦେଶର ନୈତିକ କର୍ତ୍ତବ୍ୟ ଏବଂ ବିଶ୍ୱସ୍ତରୀୟ ଜଳବାୟୁ କାର୍ଯ୍ୟନ୍ୱୟନର କେନ୍ଦ୍ରବିନ୍ଦୁ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ପିଏମଓ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି;“କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତ ପାଇଁ, ଜଳବାୟୁ ନ୍ୟାୟ ଏକ ନୈତିକ କର୍ତ୍ତବ୍ୟ ଏବଂ ବିଶ୍ୱ ଜଳବାୟୁ କାର୍ଯ୍ୟନ୍ୱୟନର କେନ୍ଦ୍ରବିନ୍ଦୁ ।ସେ ନିରପେକ୍ଷ ଅନୁଦାନ-ଆଧାରିତ ଜଳବାୟୁ ଆର୍ଥିକ ଆବଶ୍ୟକତା ଉପରେ ଆଲୋକପାତ କରନ୍ତି ଯାହା, ଐତିହାସିକ ଦାୟିତ୍ୱକୁ ସ୍ୱୀକୃତି ଦିଏ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡିକୁ ସମାନ ଭାବରେ ସମର୍ଥନ କରେ ।



