ହୋ’ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ୍ କରିବା ପାଇଁ ଦାବି
ଢେଙ୍କାନାଳ- ୨୮/୧୦: ‘ହୋ’ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ୍ କରିବା ପାଇଁ ଆଜି ଅଲ୍ ଇଣ୍ଡିଆ ହୋ ଲାଙ୍ଗୁଏଜ୍ ଆକ୍ସନ୍ କମିଟି, ଢେଙ୍କାନାଳ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ବାଚସ୍ପତି, ମାନ୍ୟବର ସାଂସଦ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ (ଷ୍ଟେଟ୍) ଫଗନ୍ ସିଂ କୁଲସ୍ତେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ଦିଲ୍ଲୀ ଠାରେ ହେବାକୁ ଥିବା ଅଲ୍ ଇଣ୍ଡିଆ ହୋ ଲାଙ୍ଗୁଏଜ୍ ଆକ୍ସନ କମିଟି ମାଧ୍ଯମରେ ହୋ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ୍ କରିବା ପାଇଁ ଜିଲ୍ଲା ସଭାପତି ପ୍ରସନ୍ନ ଗୁୟାଁ, ଉପସଭାପତି ସୁଦର୍ଶନ ସାଏ, ସଂପାଦକ ଶିବଲାଲ କାଲୁଣ୍ଡିଆ, କୋଷାଧ୍ୟକ୍ଷ ବିରେନ୍ଦ୍ର ବାନାରା, ସଦସ୍ୟ ସାଲୁକା ମୁଣ୍ଡା ଏବଂ ସଦସ୍ୟମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।



