Spread the love

ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର କମିଟି ପୁନର୍ଗଠିତ

କୁଚିଣ୍ଡା : ୨୭/୧୦ : କୁଚିଣ୍ଡା ଥରେ ପ୍ରତିଷ୍ଠିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ସାଧାରଣ ବୈଠକ ଉପ ଜିଲ୍ଲା ପାଲ ଶ୍ରୀ ସରଭରନ୍ ସି ଙ୍କ ସଭାପତିତ୍ବରେ ଆଇ .ଟି. ଡି. ଏ. ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି ।ବହୁ ବର୍ଷ ପରେ ସ୍କୁଲ ର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇ ସରକାରୀ ସାହାଯ୍ୟ ସ୍ଵୀକୃତି ପାଇଁ ଉଦ୍ୟମ କରିବାକୁ ସ୍ଥିର କରାଯିବ ସହ ପରିଚାଳନା କମିଟି କୁ ପୁନର୍ଗଠିତ କରାଯାଇଥିଲା ।ପୁନର୍ଗଠିତ କମିଟି ରେ ପାଞ୍ଚ ଜଣିଆ ଉପଦେଷ୍ଟାଙ୍କୁ ସାମିଲ କରିବା ସହ ପୂର୍ବତନ ସମ୍ପାଦକ ଶାନ୍ତନୁ ସାହୁ , ସମାଜସେବୀ ସୁବାସ ଚନ୍ଦ୍ର ନାୟକ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିଶାନ,ସଂଜିଟ ଶର୍ମା ଓ ସଜନ ଖଣ୍ଡେଲୱାଲ ଙ୍କୁ ଏହାର ସଭ୍ୟ ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି ।କମିଟିର ସମ୍ପାଦକ ଭାବରେ ମନୋଜ ସାହୁ ମନୋନୀତ ହୋଇଥିବା ବେଳେ ଉପ ଜିଲ୍ଲାପାଳ, ପି. ଏ. ଆଇ. ଟି. ଡି. ଏ. , ଏନ. ଏ .ସି. ଇ. ଓ. , ସାମାଜିକ ସୁରକ୍ଷା ଅଧିକାରୀ, ସି. ଡି. ପି. ଓ .ଓ ଏନ୍. ଏ .ସି .ଅଧ୍ୟକ୍ଷ ସ୍ଥାୟୀ ସଭ୍ୟ ମନୋନୀତ ହୋଇ ଥିବା ବେଳେ ଏମ. ଏଲ୍. ଏ. ଓ ଏମ. ପି. କିମ୍ବା ତାଙ୍କ ପ୍ରତିନିଧି ସଭ୍ୟ ରହିବେ ବୋଲି ସ୍ଥିର ହୋଇଛି ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , ଶିଶୁ ରୋଗ ବିଶେଷଜ୍ଞ ଡ଼ ଶରତ ଗୌନ୍ତିଆ ,ପ୍ରଦୀପ ମହାକୁଲ , ପ୍ରମୁଖ ମୋଟ ପନ୍ଦର ଜଣ ସଦସ୍ୟ ମନୋନୀତ ହୋଇଛନ୍ତି ।ଖୁବ୍ ଶୀଘ୍ର ବିଦ୍ୟାଳୟର ବାର୍ଷିକୋତ୍ସବ କରାଯିବ ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଦସ୍ୟ ମାନଙ୍କୁ ଭେଟା ଯିବ ବୋଲି ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *