ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରା ଶିବିର ଅଦାଲତ ଆୟୋଜିତ

ଅନୁଗୋଳ,ତା.୨୯.୧୦:- ଓଡିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ଶୋଭନାମହାନ୍ତି ଆଜି ପୂର୍ବାହ୍ନରେ ଅନୁଗୋଳ ସର୍କିଟ ହାଉସ୍ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ୍ ଅଖତର ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ପରେ ପରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା ଅୟୋଗ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଶ୍ରୀମତୀ ପ୍ରତିଭା । ଶତପଥ୍ ଊପସ୍ଥିତ ରହି ସହଯୋଗ କରିଥିଲେ । ଆୟୋଗ ତରଫରୁ ୩୧ଟି ମାମଲାରେ ପକ୍ଷମାନଙ୍କୁ ଶିବିର ଅଦାଲତରେ ଉପସ୍ଥିତ ହେବା ନିମନ୍ତେ ନୋଟିସ୍ ଜାରି କରାଯାଇଥିଲା । ତନ୍ମଧ୍ୟରୁ ୧୨ଟି କେଶ୍ର ଶୁଣାଣି କରାଯାଇଥିବାବେଳେ ସେଥିମଧ୍ୟରୁ ୨ଟି କେଶର ଆପୋଷ ସମାଧାନ କର କରାଯାଇଥୁଲା ୧ଟି କେଶକୁ ତଦନ୍ତ ନିମନ୍ତେ ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳଙ୍କୁ ପଠାଯିବା ସହ ୪ କେଶକୁ ଅନୁଗେଳ * |ଢେଙ୍କାନାଳର ଜିଲ୍ଲା ସୁରକ୍ଷା ଅଧିକାରୀଙ୍କୁ ପଠାଯିବା ସହ ୨ ଟି କେଶକୁ ଜିଲ୍ଲା ଆଇନ୍ ସେବା ପ୍ରାଧୁକରଣଙ୍କ ନିକଟକୁ ପଠାଯାଇଛି, ୩ ଟି କେଶରେ ପୁନଃ ନୋଟିସ୍ କରାଯିବା ନିମନ୍ତେ ଅନ୍ତେ ଆଦେଶ ହୋଇଛି ୧ଟି କେଶର ସରଜମିନ ତଦନ୍ତ ନିମନ୍ତେ କାମାକ୍ଷାନଗର(ଢେଙ୍କାନାଳ)କୁ ପଠାଯିବା ନିମନ୍ତେ ସ୍ପିରିକୃତ କରାଯାଇଛି । ଊକ୍ତ ଶିବିର ଅଦାଲତରେ ୨ ଗେ ଗୋଟି ନୂତନ ଦରଖାସ୍ତ ଗ୍ରହଣ କରାଯାଇଛି । ଊକ୍ତ ଶିବିର ଅଦାଲତରେ ରାଜ୍ୟ ମହିଳା ଳା ଆୟୋଗର ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ବନ୍ଦନା ମହାନ୍ତି, ଶ୍ରୀ ଅରବିନ୍ଦ ପଟ୍ଟନାୟକ, ଶ୍ରୀ ଦିବାକର ବିଶ୍ବାଳ, ଶ୍ରୀ ଚିତ୍ତରଞନ ସାହୁ, ଶ୍ରୀ ରାମ ଚନ୍ଦ୍ର ବେହେରା ଊପସ୍ଥିତ ରହି ସହାୟତା କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିରୁପମା ପାଣି, ଜିଲ୍ଲା ସୁରକ୍ଷା ଅଧିକାରିଣୀ ଦୌପଦୀ ମାରାଣ୍ଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅର୍ଧକାରୀ ଶ୍ରୀ ଜୟଜିତ୍ ଧଳ ଉପସ୍ଥିତ ରହି ଶିବିର ଅଦାଲତର ପରିଚାଳନାରେ ସହାୟତା କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

