କୁଞ୍ଜକାନ୍ତର ମହିଳାମାନଙ୍କ ଦ୍ବାରା ରାଇଦାମୋଦର ପୂଜା ଓ ଆକାଶଦୀପ ଉଠା
ଢେଙ୍କାନାଳ, ୨୯/୧୦ – ଢେଙ୍କାନାଳ ସହର କୁଞ୍ଜକାନ୍ତ ପୋଖରୀ ନିକଟରେ ଥିବା ବୃନ୍ଦାବତୀଙ୍କ ମୂଳରେ କାର୍ତିକ ଧର୍ମ ମାସର ପ୍ରତ୍ୟେକ ଦିନ ସ୍ଥାନୀୟ ମହିଳାମାନେ ରାଇଦାମୋଦର ପୂଜା କରିବା ସହିତ ଆକାଶ ଦୀପ ଉଠାଉଛନ୍ତି । ପ୍ରାୟ ୩୦ ଜଣ ମହିଳା କାର୍ତିକ ମାସର ସବୁଦିନ ସକାଳୁ ଉଠି ଏହି ପୂଜା କରିଥାନ୍ତି । ଏହି ପୂଜାର ମହତ୍ବ ହେଲା ବୃନ୍ଦାବତୀ, ସର୍ବ ଦେବାଦବୀ ଓ ପିତୃପୁରୁଷଙ୍କ ପାଇଁ ଏହି ପୂଜା କରାଯାଏ। ସଂଧ୍ୟାରେ ପୂଜା କରାଯାଇ ଏହି ଅଂଚଳ ତଥା ଜିଲ୍ଲାର ମଙ୍ଗଳ କାମାନ କରିବା ସହିତ ସମସ୍ତଙ୍କ ଶରୀର ସୁସ୍ଥ ରହିବା ଉଦ୍ଦେଶ୍ୟର ଆକାଶଦୀପ ଉଠାଇଥାନ୍ତି । ଏହି ପୂଜା ସହିତ ବହୁ ସଂଖ୍ୟାରେ ଜଡିତ ହେବାକୁ ମହିଳାମାନେ ପ୍ରକାଶ କରିଛନ୍ତି । ମହିଳାମାନଙ୍କ ମଧ୍ୟରେ ସ୍ନିଗ୍ଧାରାଣୀ ନନ୍ଦ, ଜ୍ୟୋତିର୍ମୟୀ ପଣ୍ଡା, ଦମୟନ୍ତୀ ନାଥ, ସସ୍ମିତା ଦାଶ, ପ୍ରଣତି ପଟ୍ଟନାୟକ, ଜ୍ୟୋତିର୍ମୟୀ ତ୍ରିପାଠୀ, ମମତା ତ୍ରିପାଠୀ, ସୌଭାଗିନୀ ରାଉତ, ସସ୍ମିତା ପଟ୍ଟନାୟକ ଓ ସୁଲୋଚନା ନାଥ ପ୍ରମୁଖଙ୍କ ସମେତ ବହୁ ମହିଳା ଯୋଗଦେଇ ପୂଜାକୁ ସଫଳ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

