ବାରୁଦ ବୋଝେଇ ଗାଡ଼ି ଓ ଟ୍ରକ ମଧ୍ୟରେ ଧକ୍କା, ଟଳି ଗଲା ବଡ଼ ବିପ୍ପତି
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ବାରୁଦ ବୋଝେଇ ଟ୍ରକ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା, ଟଳି ଗଲା ବଡ଼ ବିପ୍ପତି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବାରୁଦ ବେlଝେଇ ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ। ମୁହାଁମୁହିଁ ଦୁଇ ଟ୍ରକ ଧକ୍କା ହେବାରୁ ବଡ ଦୁର୍ଘଟଣା ରୁ ବର୍ତ୍ତି ଯାଇଛି, ଯଦି ବାରୁଦ ବୋଝେଇ ଟ୍ରକ ପଛରେ ଧକ୍କା ହୋଇଥାନ୍ତା ଏହା ଏକ ବଡ଼ ଦୁର୍ଘଟଣା ର ରୂପ ନେଇଥାନ୍ତା ଏଥିରେ କୌଣସି ଦ୍ଵିମତ ନାହିଁ। ଯାହାକି ସୂଚନା ରହିଛି ଜୁରୁଡ଼ି ପଟୁ ଆସୁଥିବା ଲୁହା ପଥର ବୋଝେଇ ଟ୍ରକ କାମରଯୋଡ଼ା ନିକଟ ରେ ଯୋଡ଼ା ରୁ ଜୁରୁଡ଼ି ଅଭିମୁଖେ ଯାଉଥିବା ବାରୁଦ ଗାଡ଼ିକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବଡ ବିପଦ ଟଳି ଯାଇଛି। ଦୁର୍ଘଟଣା ରେ ଗାଡ଼ି ର ଡ୍ରାଇଭର ଗୁରୁତର ହେବାରୁ ନିକଟସ୍ତ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିବା ନେଇ ସୂଚନା। ଘାଟଣା ସ୍ଥଳରେ ଯୋଡ଼ା ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



