ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହୋଇଛନ୍ତି ।ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଦେଇଥିଲେ ।ଦୁଇ ନେତା ଆର୍ଥିକ ସୁରକ୍ଷା, ପ୍ରତିରକ୍ଷା ସହଯୋଗ ଏବଂ ପ୍ରତିଭା ଗତିଶୀଳତା ଉପରେ ଧ୍ୟାନ ଦେବା ସହ ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ ।ବିଶ୍ୱସ୍ତରୀୟ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଭାରତ-ଜାପାନ ସମ୍ପର୍କ ଦୃଢ଼ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ନେତା ସହମତ ହୋଇଥିଲେ ।ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି; “ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହେଲି । ଦାୟିତ୍ୱ ଗ୍ରହଣ କରିବା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି । ଏହାଛଡା ଆମେ ଅର୍ଥନୈତିକ ସୁରକ୍ଷା, ପ୍ରତିରକ୍ଷା ସହଯୋଗ ଏବଂ ପ୍ରତିଭା ଗତିଶୀଳତା ଉପରେ ଆଧାରିତ ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବିଶ୍ୱସ୍ତରୀୟ ସହଭାଗିତାକୁ ଆଗକୁ ବଢ଼ାଇବା ପାଇଁ ଆମର ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲୁ । ବିଶ୍ୱସ୍ତରୀୟ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଜବୁତ ଭାରତ-ଜାପାନ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ସହମତ ହୋଇଥିଲୁ ।

April 29, 2026/
No Comments


