ଅବୈଧ ବାଲି ଚୋରିକୁ ନେଇ ତାତିଲେ ତେଜାଗୋଲା ଗ୍ରାମବାସୀ

ଭଟଲି :- ସାରା ରାଜ୍ୟରେ ଅବୈଧ ବାଲି ଚୋରା ଚାଳାଣ ପ୍ରଚୁର ମାତ୍ରାରେ ବୃଦ୍ଧି ପାଇଛି ତାହା ପୁଣି ଲଘୁ ଖଣିଜ ସମ୍ପଦ ବିଭାଗର ଜାଣତରେ । ବିନା ଲିଜରେ ବିନା ଟେକ୍ସ ରେ ଚୋରି ହେଉଛି ଶହ ଶହ ହାଇୱା ବାଲି ଯଦ୍ୱାରା ହଜାର ହଜାର ଟଙ୍କା ରାଜସ୍ୱ ହାନୀ ହେଉଛି କିନ୍ତୁ କେଉଁ କାରଣରୁ ପ୍ରସାଶନ ସ।।ଜିଛି ନିରବ ଦ୍ରଷ୍ଟା ତାହା ତଦନ୍ତ ସାପେକ୍ଷ । ସେହିପରି ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଦନ୍ତା ନଦୀରୁ ଭିଞ୍ଜେତୋରା ତେଜାଗୋଲା ରାସ୍ତା ଦେଇ ବାଲି ଚୋରା ଚାଲାଣ ର ଅଭିଯୋଗ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ତେଜାଗୋଲା ଗ୍ରାମବାସୀ ବାଲି ବୋଝେଇ ହାଇବା ଏବଂ ଜେସିବି କୁ ଅଟକ ରଖି ଅନୁମତି ପତ୍ର ଦେଖାଇବାକୁ କହିଥିଲେ । କିନ୍ତୁ କୌଣସି ବୈଧ କାଗଜପତ୍ର ନଥାଇ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ଦୈନିକ ଶହ ଶହ ଟ୍ରିପ ବାଲି ବୋଝେଇ ଗାଡି ସେହି ରାସ୍ତାରେ ଯାଉଥିବାରୁ ରାସ୍ତା ଏବେ ମରଣାଜନ୍ତା ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାପରେ ବାଲି ଉଠାଣ ପାଇଁ କୌଣସି ପ୍ରମାଣପତ୍ର ନଥାଇ ଅବାଧରେ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ ସାଜିଛନ୍ତି । ଯଦିଓ ଦନ୍ତା ନଦୀରୁ ବାଲିଉଠାଣ ପାଇଁ ଅନୁମତି ଦିଆଯାଇଛି ତେବେ କାହାକୁ କେତେ ପରିମାଣ, ଓ କେଉଁ ମାଧ୍ୟମରେ ବାଲି ଉଠାଣ ପାଇଁ ଅନୁମତି ଦିଆଯାଇଛି ତାହାର ସ୍ପଷ୍ଟିକରଣ ପାଇଁ ଗ୍ରାମ ବୈଠକରେ ଦାବୀ କରଯାଇଛିା ଏହାର ବୈଧ କାଗଜପତ୍ର ନ ଦେଖାଇବା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ବାଲି ଚାଲାଣକୁ ବିରୋଧ କର ବନ୍ଦ କରିବା ପାଇଁ ଗ୍ରାମ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
