ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ଼ରେ ଜୈନିକ ବ୍ୟକ୍ତିଙ୍କ ଆତ୍ମହତ୍ୟା

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେ ଜୈନିକ ବ୍ୟକ୍ତିଙ୍କ ଆତ୍ମହତ୍ୟା। କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର୍ ଏଗାର ଷ୍ଟେସନ ରୋଡ଼ ସ୍ଥିତ ନିଜ ଗ୍ୟାରେଜ ରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖି ବଡ଼ବିଲ ପୋଲିସ୍ କୁ ଖବର ଦେଇଥିଲେ , ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଏକ ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ବଡ଼ବିଲ ପୋଲିସ୍। ତେବେ ଯାହାକି ସୂଚନା ରହିଛି ବ୍ୟକ୍ତି ଜଣକ ସେହିସ୍ତାନକୁ ଭଡ଼ାସୂତ୍ର ରେ ନେଇ ନିଜର ଗ୍ୟାରେଜ ଚଳାଇ ଆସୁଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା ସେ ଆଜି ସକାଳୁ ନିଜ ଛୁଆଙ୍କୁ ସ୍କୁଲ ଛାଡ଼ିବା ପରେ ଗ୍ୟାରେଜ କୁ ଆସିବା ପରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା।

ସେ ଜଣେ ହାଇଡ୍ରୁଲିକ ମେକାନିକ୍ ଓ ସାଗିର୍ ଗ୍ୟାରେଜ ନାମରେ ଏହି ଗ୍ୟାରେଜ ଚଳାଇ ଆସୁଥିଲେ। ତାଙ୍କ ନାମ ମହମ୍ମଦ ସାଗିର୍ ଓ ତାଙ୍କ ବୟସ ପାଖାପାଖି 44ବର୍ଷ ହୋଇଥିବା ନେଇ ସୂଚନା।

କଣ ପାଇଁ ଓ କେଉଁ ପରିସ୍ଥିତି ରେ ସେ ଆତ୍ମହତ୍ୟା କଲେ ତଦନ୍ତ ପରେ ଜଣାପଡ଼ିବ ବୋଲି ଆଶା କରାଯାଉଛି ଓ ମୃତ୍ୟୁର ପକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଘଟଣା ଟି ପ୍ରଘଟ ହେବା ପରେ ଏହାକୁ ଦେଖିବାକୁ ସେହି ସ୍ଥାନରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




