ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଭୁବନେଶ୍ବର ରାଜୀବ ଭବନରେ ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉନ୍ନୟନ କମିଶନର ଓ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟରର କଲେ ସମୀକ୍ଷା। ମୌସୁମୀ ଓ ବାତ୍ୟା ପରେ ଡ୍ୟାମର ସ୍ଥିତି କିପରି ରହିଛି ତଥ୍ୟ ନେଲେ ମୁଖ୍ୟମନ୍ତ୍ରୀ। ଜଳ ସମ୍ପଦ ବିଭାଗର କାର୍ଯ୍ୟକ୍ରମ ଓ ଯୋଜନାର ବି କଲେ ସମୀକ୍ଷା।



