*ଜନତା ହାଇସ୍କୁଲ ଭୁକ୍ତାରେ ଶ୍ରୀମତି ରୁକୁଣୀ ସେଠଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବରଗଡ:୩୧/୧୦(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀମତି ରୁକୁଣୀ ସେଠଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ତାଙ୍କର ଦୀର୍ଘ ଦିନର ଚାକିରୀ ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଯୋଗୁଁ ଛାତ୍ରଛାତ୍ରୀମାନେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଲାଭାନ୍ବିତ ହେବା ସହିତ ତାଙ୍କର ପ୍ରିୟ ଭାଜନ ହୋଇପାରିଥିଲେ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାଧେଶ୍ୟାମ ବାରିକ,ଡିପିଇଓ ଜ୍ୟୋତିଶ୍ଚନ୍ଦ୍ର ପଧାନ, ଶିକ୍ଷକ ସଂଜୟ ଖମାରୀ ,ତେଜରାମ ସା, ଈଶ୍ୱର ପ୍ରଧାନ,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ ବିଦାୟୀ ଶ୍ରୀମତି ସେଠଙ୍କ ସହ ବିତାଇଥିବା ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ।ଶିକ୍ଷକ ସଂଜୟ ଖମାରୀ ବିଦାୟୀ କର୍ମଚାରୀଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ଗୋଟିଏ ଆମ୍ବ ଚାରା ପ୍ରଦାନ କରିଥିଲେ। ବିଦାୟୀ କର୍ମଚାରୀ ଶ୍ରୀମତି ସେଠ୍ ଭାବ ବିହ୍ବଳ ହୋଇ ନିଜ ଚାକିରି ଜୀବନର କିଛି ସ୍ମୃତି ଅନୁଭୂତି ପ୍ରକାଶ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।ଶିକ୍ଷକ ତେଜରାମ ସା,ବୋଧରାମ ବିଶ୍ବାଳ,ଜ୍ୟୋତିଶ୍ଚନ୍ଦ୍ର ପଧାନ, ଆଶୁତୋଷ ଭୋଇ, ପଦ୍ମଲୋଚନ ବିଶି,ଶ୍ରୀପତି ସାହୁ, ପ୍ରକାଶ ପଧାନ, ରଂଜିତ ସାହୁ,ସୁଦର୍ଶନ ପଧାନ, ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ,ଅନୀଳ ସିଦାର, ଶିକ୍ଷୟିତ୍ରୀ ରାଜକୁମାରୀ ଭୁଏ,ସରିତା ପଟେଲ, ମନୋଜା ପଟେଲ,ପୁଷ୍ପାଞ୍ଜଳି ପଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟ ତରଫରୁ ବିଦାୟୀ ଶ୍ରୀମତି ସେଠଙ୍କୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ।ଶେଷରେ ଶିକ୍ଷକ ସଂଜୟ ଖମାରୀ ବିଦାୟୀ କର୍ମଚାରୀ ଶ୍ରୀମତି ସେଠଙ୍କ ଭବିଷ୍ୟତ ଜୀବନର ମଙ୍ଗଳ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ତାଙ୍କୁ ବାସଗୃହ ପର୍ଯ୍ୟନ୍ତ ପାଛୋଟି ନେବା ପରେ ସେ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

