ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳ ପକ୍ଷରୁ ସଂଗଠନ ଉଦଘାଟନ ସହ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତବଅଁରପାଳ,୦୭/୧୧ : ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ ସିଦ୍ଧେଶ୍ୱର ଓ ଐଶିନେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୁଧବାର ପୂର୍ବାହ୍ନ ୮ ଘଟିକା ସମୟରେ “ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳ” ପକ୍ଷରୁ ସଂଗଠନ ଉଦଘାଟନ ସହ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡିଶା ସାମ୍ବାଦିକ ୟୁନିୟନ ( ଓୟୁଜେ ) ଅନୁବନ୍ଧିତ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ସଭାପତି ଅଜିତ କୁମାର ଧର, ସମ୍ମାନିତ ଅତିଥି ରୂପେ ଅନୁଗୋଳର ବରିଷ୍ଠ ଆଇନଜୀବୀ ଅର୍ଜୁନ କୁମାର ମୁଦୁଲିଙ୍କ ସମେତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳ ସଭାପତି ଜଗନ୍ନାଥ ବେହେରା, ସମ୍ପାଦକ ନିପୁ ଭୂତିଆ,ଉପ ସଭାପତି ଚୈତନ୍ୟ ସାହୁଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କ ମନ୍ଦିର ସଭାପତି , ସମ୍ପାଦକ,କୋଷାଧ୍ୟକ୍ଷ, ବରିଷ୍ଠ ପୂଜାରୀ ପ୍ରମୁଖ ସଂଗଠନର ଉତ୍ତରତର ଉନ୍ନତି କାମନା କରି ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ଅତିଥିଗଣଙ୍କୁ କାର୍ଯ୍ୟକର୍ତ୍ତାଗଣ ସମ୍ବର୍ଦ୍ଧନା ଜ୍ଞାପନ କରୁଥିଲେ । ଏହା ପରେ କାର୍ଯ୍ୟକ୍ରମ ବିବରଣୀ ପାଠ ପ୍ରଶାନ୍ତ ମହାପାତ୍ର କରିଥିଲେ । ଅନେକ ଅସହାୟ ଭିକ୍ଷୁକ ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ସଂଗଠନ ପକ୍ଷରୁ ବ୍ୟାପକ କାର୍ଯ୍ୟ ଧାରା ବିବରଣୀ ସଭାପତି ଜଗନ୍ନାଥ ବେହେରା ପାଠ କରିଥିଲେ । ଯେପରିକି ଅସହାୟ ବ୍ୟକ୍ତି ତଥା ଭିକ୍ଷୁକ, ଯାଯାବର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର,ସଚେତନତା, ବୃକ୍ଷରୋପଣ,ରକ୍ତଦାନ ଶିବିର, ବସ୍ତ୍ର ପ୍ରଦାନ, ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଯୋଜନାକୁ ଫଳପ୍ରଦ କରିବା ପାଇଁ ସଂଗଠନ ପକ୍ଷରୁ କରାଯିବାର ବ୍ୟବସ୍ଥା ରହିଅଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

