*ବରଗଡ଼ରେ ଭାରତର ରାଷ୍ଟ୍ରୀୟ ଗାନ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ*

ବରଗଡ଼:୭/୧୧(ପବିତ୍ର ମେହେର)ଶ୍ରୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ, ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଯଦୁମଣି ଅଡିଟୋରିୟମରେ ଜିଲ୍ଲା ସ୍ତରୀୟ ସାମୂହିକ ସଙ୍ଗୀତ ଗାନ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଏକତାର ସୂତ୍ରରେ ଶ୍ରଦ୍ଧାର ସହିତ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ସମ୍ପୂର୍ଣ ଗୀତଟି ଗାନ କରିବା ସହ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ତରୀୟ ଉତ୍ସବର ସିଧା ପ୍ରସାରଣରେ ଯୋଡିତ ରହି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟକୁ ଶୁଣି ଦେଶପ୍ରେମ ଏବଂ ଏକତାର ମନୋଭାବକୁ ଜାଗ୍ରତ କରିଥିଲେ ।ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ଏବଂ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନ ଉତ୍ସବରେ ଉପସ୍ଥିତ ରହି ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏତଦବ୍ୟତୀତ ଆଜି ବରଗଡ଼ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଉଚ୍ଚ ଶିକ୍ଷା ଅନୁଷ୍ଠାନ,ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆୟୋଜିତ ସାମୂହିକ ବନ୍ଦେ ମାତରମ୍ ଗୀତ ଗାନ ଉତ୍ସବରେ ସମସ୍ତ ଅଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ସମ୍ପୂର୍ଣ ଗୀତଟି ଗାନ କରି ସଙ୍ଗୀତର ଅମର ସନ୍ଦେଶକୁ ପୁନଃ ସ୍ମରଣ କରିବାସହ ଦେଶପ୍ରେମ, ଏକତା ଓ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ସମ୍ମାନର ପରିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

