ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀଙ୍କ ସୂଚନା।
ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ । ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି। ଚଳିତ ଅଧିବେଶରେ ବହୁ ଗରୁତ୍ବପୂର୍ଣ୍ଣ ବିଲ ଆସିବ ।ବିହାର ବିଧାନସଭା ନିର୍ବାଚନ ପରେ ହେବାକୁ ଥିବା ଶୀତ ଅଧିବେଶରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଶେଷକରି ଭୋଟ ଚୋରି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ବିଦେଶ ନୀତିକୁ ପ୍ରସଙ୍ଗ କରିବେ ବିରୋଧୀ । ଏପଟେ ବିରୋଧୀଙ୍କୁ କାଉଁଟର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।ପୂର୍ବରୁ ୨୧ ଜୁଲାଇରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୩୨ ଦିନରୁ କେବଳ ୨୧ ଦିନ ଗୃହକାର୍ଯ୍ୟ ଚାଲିଥିଲା । ମୌସୁମୀ ଅଧିବେଶନରେ ସଂଦସର ଉଭୟ ଗୃହରେ ୧୫ ବିଲ ପାରିତ ହୋଇଥିଲା । ସଂସଦର ଏହି ଅଧିବେଶନ ଅନ୍ୟ ଅଧିବେଶନ ତୁଳନାରେ କମ୍ ସମୟ ହେବ । ଏହି ଅଧିବେଶନରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଆଲୋଚନା ହୋଇପାରେ ।



