ନୂଆପଡାରେ ସାଇଲେଣ୍ଟ ଅବଧି 4 ଟାରୁ ଲାଗୁ ହୋଇଛି । ଅନ୍ୟ ଜିଲ୍ଲା ରୁ ଯେଉଁମାନେ ଯାଇଛନ୍ତି ସେମାନେ ଜିଲ୍ଲା ଛାଡିଦେଇଛନ୍ତି। ଏହା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ। ସେ କହିଛନ୍ତି ଯେ ଆମେ ଆଶା କରୁଛୁ ସବୁ ପୋଲିଂ ଶାନ୍ତି ଶୃଙ୍ଖଳା ରେ ହେବ। ୪୭ ସମ୍ବେଦନଶୀଳ ବୁଥ୍ ଅଛି। ସବୁ ବୁଥ୍ ରେ ପୋଲିସ ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ଯ ମୁତୟନ ଅଛନ୍ତି। ସାଇଲେଣ୍ଟ ଆୱାର ରେ ଏକାକୀ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରିପାରିବେ। କିନ୍ତୁ ଗୋଷ୍ଠୀ କରି ଯାଇପାରିବେ ନାହିଁ। ରାତି 10 ଟା ପରେ ସମ୍ପୂର୍ଣ୍ଣ ପ୍ରଚାର ବନ୍ଦ ରହିବ।

May 25, 2026/
No Comments


