ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଭଟଲି (ଅଭିମନ୍ୟୁ ପଧାନ):- ରବିବାର ଦିନ ପଥରସେଣି ମନ୍ଦିର ପରିସରରେ ଗୋପାଳପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ୨୦୦୧ ବ୍ୟାଚ ର ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତିନୋଟି ଗାଁ (ଗୋପାଳପୁର, ଡବଲଂଗ ଓ ଟେମରେନ) ର ପୁରାତନ ଛାତ୍ରଛାତ୍ରୀମାନେ ସମସ୍ତେ ଅତି ଆନନ୍ଦ ଉଲ୍ଲାସର ସହିତ ସପରିବାର ଅଂଶଗ୍ରହଣ କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଷ୍ଟମନୁ ବାରିକ ଏବଂ ଶିକ୍ଷକ ଶ୍ରୀଯୁକ୍ତ ମହରଗୁ ଦେହୁରୀ, ଛାତ୍ରଛାତ୍ରୀମାନେ ସମସ୍ତେ ଗୁରୁଜନ ମାନଙ୍କୁ ଉତ୍ତରୀୟ ଏବଂ ଧୂପ ଦୀପ ଫୁଲ ଚନ୍ଦନ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଛାତ୍ରଛାତ୍ରୀମାନେ ସମସ୍ତେ କ୍ରମଶଃ ନିଜ ନିଜର ଛାତ୍ର ଜୀବନ ର ଅନୁଭୂତି ଏବଂ ବର୍ତ୍ତମାନ ଉପଲବ୍ଧି ପରିପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା କରୁଥିଲେ ପୌଲସ୍ତୀ ପ୍ରଧାନ।

ଏହି କାର୍ଯ୍ୟକ୍ରମର ଆୟୋଜନ ପାଈଁ ସମସ୍ତଙ୍କ ଅବଦାନ ରହିଥିଲା ବିଶେଷ ଭାବରେ ଶିବାକର, ଡେଭିଡ, ସାନ,ଭୋଜରାଜ, ଗୋପାଳ, ପ୍ରକାଶ, ମିଥୁନ , ଦୟାନନ୍ଦ, ଗଙ୍ଗାଧର ପ୍ରଭୃତିଙ୍କର ରହିଥିଲା। ପରିଶେଷରେ ସମସ୍ତେ ମିଳିମିଶି ଭୋଜନ ଗ୍ରହଣ କରିଥିଲେ ଏବଂ ଗୋଟିଏ ନୂତନ ଅନୁଭୂତି କୁ ହୃଦୟ ରେ ସାଇତି ରଖି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲେ।




