ପଂଚାୟତ କାର୍ଯ୍ୟାଳୟରେ ବଡ଼ଧରଣର ଡକାୟତି
ହିନ୍ଦୋଳ : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡକାୟତ ମାନେ ବଡ଼ ଧରଣର ଚୋରି କରିଥିବା ଜଣାପଡିଛି। ହିନ୍ଦୋଳ ଥାନା ମାଧପୁର ପଂଚାୟତ କାର୍ଯ୍ୟାଳୟର ସମସ୍ତ ଘରର ତାଲା ଭାଙ୍ଗି ସଭାଘରେ ଲାଗିଥିବା ଏଲଇଡି ଟିଭି ସହ ଆସପେୟାର, ଇନଭେଟର ବ୍ୟାଟେରୀ ଇତ୍ୟାଦି ଡକାୟତ ମାନେ ଲୁଟି ନେଇଛନ୍ତି। ଆମ ବ୍ୟାଙ୍କ୍ ଖୋଲାଯାଇଥିବା ଘରର ମଧ୍ୟ ତାଲା ଭାଙ୍ଗି ଇନଭେଟର ବ୍ୟାଟେରୀ ଆଦି ନେଇଯିବା ସହ ଡ୍ରରେ ଏବଂ ଗଡରେଜରେ ଥିବା ୧,୧୬,୫୦୦ (ଏକ ଲକ୍ଷ ଷୋହଳ ହଜାର ପାଞ୍ଚସହ) ଟଙ୍କା ମଧ୍ୟ ଚୋରି କରି ନେଇଯାଇଛନ୍ତି । ଏ ନେଇ ମାଧପୁର ପଞ୍ଚାୟତ ସରପଞ୍ଚ ବୀଣାପାଣି ନାଏକ ହିନ୍ଦୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଥିବାବେଳେ ହ କେବଳ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଏପରି କାଣ୍ଡ ଭିଆଇଛନ୍ତି ଏବଂ ସକାଳ ହେବା ମାତ୍ରେ ବିଭିନ୍ନ କାର୍ଯ୍ୟାଳୟର ତାଲା ଭଙ୍ଗା ହୋଇଥିବା ଏବଂ ଆସବାବପତ୍ର ଏଣେତେଣେ ପଡ଼ିଥିବା ଲୋକମାନେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏ ସଂପର୍କରେ ହିନ୍ଦୋଳ ଥାନାକୁ ଜଣାଇବାରେ ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଥିଲା। ଗୋଟିଏ ରାତିରେ ବିଭିନ୍ନ ଅନୁଷ୍ଠାନରୁ ଚୋରି ହେବାକୁ ନେଇ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବିଧିବଦ୍ଧ ତଦନ୍ତ ହେଲା ପରେ ଡକାୟତ ମାନେ ସ୍ଥାନୀୟ ନା ଆନ୍ତଃ ରାଜ୍ୟର ଏବଂ ସେମାନଙ୍କ ମାଷ୍ଟରମାଇଣ୍ଡ କିଏ ଏବଂ ଏହାର ଚେର କେଉଁଯାଏ ଲମ୍ବିଛି ଏହାର ପର୍ଦ୍ଦାଫାଶ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



